Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puja pradhan

Inspirational Children

3  

puja pradhan

Inspirational Children

ଜଣାନାହିଁ

ଜଣାନାହିଁ

1 min
188


ଦଶ ଅବତାର ଜାଣିନାହିଁ ପ୍ରଭୁ

  ଜାଣିଛି ଖାଲି ତୁମକୁ

କେଉଁ ନାମଧରି ଡାକିବି ତୁମକୁ

  ପଚାରେ ନିଜମନକୁ ।


 କେଉଁ ଫୁଲଟିରେ ଶରଧା ତୁମର

  ସେ କଥା ତ ଜଣା ନାହିଁ

 କହିଦିଅ ପ୍ରଭୁ କେଉଁ ଫୁଲଟିଏ

    ଆଣିବି ମୁଁ ତୁମପାଇଁ ।


  ଜଣାନାହିଁ ପ୍ରଭୁ କେଉଁ ଦରବରେ

     ଶରଧା ତୁମର ଅଛି

   ତୁମେ କହିଦେଲେ ସେସବୁ ଦରବ

     ଆଣିବି ମୁଁ ବାଛି ବାଛି ।


   ସୁଗନ୍ଧ ଚନ୍ଦନ, ପାଟ ପିତାମ୍ବରୀ,

      ମୟୂରୀ ଚନ୍ଦ୍ରିକା ଦେଇ

   ମୋ ଅଗଣାରୁ ଆଣିଛି ତୁଳସୀ

     କେବଳ ତୁମରି ପାଇଁ ।


   ଜାଣେନାହିଁ ଜପ ଜାଣେନାହିଁ ତପ

      କେବଳ ତୁମକୁ ଜାଣେ

    ତୁମରି ପୂଜାରେ ନିତିଦିନ ପ୍ରଭୁ

      ହୃଦୟରୁ ଦୀପ ଜାଳେ ।


Rate this content
Log in

Similar oriya poem from Inspirational