ତିତିଲି
ତିତିଲି
1 min
321
ତୁମପରି କୁନି କଣ୍ଢେଇ ଟିଏ
ନାଁ ଟିତାର ତିତିଲି
ଦେଖିବାକୁ ଡ଼ଉଲ ଡାଉଲ
ଟକଳ ଫୁଟାଇ କଥା କହେ ସେ ।
ଘରେ ଅତି ନିଜର ସମସ୍ତଙ୍କର
ପରିଚିତ ଅତ୍ୟନ୍ତ ମାମାର
ମାମା ଡାକେ ଝୁମୁରୁ
ଭାଇ ତାକୁ ଡାକେ ପମପମ
ମାଆ ତାକୁ ଡାକେ ହଗୁରୀ ।
ଜେଜ ଡାକନ୍ତି ନାଣ୍ତି
ବାପା ଡାକେ ବୁବୁ
ବଡ଼ବାପା ଡାକନ୍ତି ତିତିଲି
ଵୋଉ ଡାକେ ପାଗିଳି
କଣ୍ଢେଇ ଆମରି ଅତି ଆପଣାର
ନାଆଟି ତାର ତିତିଲି ।
ବିଲେଇ ନାନୀ ନାଁଟି ଶୁଣିଲେ
ଲାଗଇ ତାକୁ ଡ଼ର
କୁକୁର ଦେଖିଲେ ଡାକେ ଚୁଚୁ
ଜନ୍ଦା ଦେଖିଲେ କୁହେ - ଜଦା
ଦେଖିଲେ ତାକୁ ଘରେ
ପୁରି ଉଠେ ଘର
ଅତି ନିଜର ସେ ଅତି ଆପଣାର
ସ୍ନେହର ସେ ତିତିଲି ।