STORYMIRROR

Ch Loknath Reddy

Inspirational Children

3  

Ch Loknath Reddy

Inspirational Children

ସ୍ୱାଧୀନ ଦେଶର ଇତିହାସ

ସ୍ୱାଧୀନ ଦେଶର ଇତିହାସ

1 min
299

ହସୁଛି ଭାରତ ଆନନ୍ଦ ମନରେ

ସ୍ୱତନ୍ତ୍ର ସ୍ୱାଧୀନ ପାଇଁ 

ଫିରିଙ୍ଗି ଶୋଷଣ ସମାପ ହୋଇଲା

ବିଦେଶୀ ଚାଲିଲେ ଧାଇଁ |


ସ୍ୱତନ୍ତ୍ର ସ୍ୱାଧୀନ ଦେଶ ହେଲା ବୋଲି

ଅଛୁ ମନୋହରେ ସବୁ

ସ୍ୱାଧୀନ ପଛରେ ଅଛି ଇତିହାସ

ଏକଥା ପ୍ରତ୍ୟେକ ଭାବୁ |


ଜୀଇଁଥିଲେ କେତେ ଭାରତ ମାତାର

ଯଶସ୍ୱୀ ସନ୍ତାନ ଶତ

ଅହରହ ଥିଲେ ଦେବାକୁ ସ୍ୱାଧୀନ

ଫିରିଙ୍ଗି ପୋକରୁ ମୁକ୍ତ |


ଅହିଂସା ବଳରେ ଅନୀତି ଦୁରେଇ

ରଖି ଶମ ଜାତି ପିତା

କର ଅବା ମର ସ୍ଲୋଗାନ ଦେଇ ସେ

କଲେ ଦେଶ ଉତ୍ସାହିତ |


ଗଢିଲେ ଦେଶରେ ନେତାଜୀ ସୁବାଷ

ଆଜାଦ ହିନ୍ଦ ଫୋଉଜ

ରକ୍ତ ଦିଅ ମୋତେ ସ୍ୱାଧୀନତା ଦେବି

ଗାଇଲେ କରି ସେ ଆବାଜ |


ସ୍ୱରାଜ୍ୟ ଅଟଇ ଜନମାଧିକାର

ତିଳକ ଆହ୍ୱାନ ଦେଲେ

ଦେଶର ସଭିଙ୍କୁ ପ୍ରେରଣା ଦେଇ ସେ

ଦେଶକୁ ସୁଦୃଢ଼ କଲେ |


କହିଲେ ନ ସରେ ମହାରଥୀ ଦାନ

ତା' ପାଦେ ଶତକ ନମଃ

ତାଙ୍କରି ଅକ୍ଲାନ୍ତ ପରିଶ୍ରମ ବଳେ

ଭାରତ ରଖିଲା ନାମ ||



Rate this content
Log in

Similar oriya poem from Inspirational