STORYMIRROR

Hemanta Kumar Nayak

Children

3  

Hemanta Kumar Nayak

Children

କଅଁଳ

କଅଁଳ

1 min
324

କଅଁଳ ନଡ଼ିଆ ପାଟିକୁ ବଢ଼ିଆ

ଖାଇବାରେ କେଡ଼େ ମଜା

କଅଁଳ ଗୁଆକୁ ହୁଏ ଯେବେ ଖିଆ

ମୁଖ ପାଇଯାଏ ସଜ୍ଜା ।


କଅଁଳ ବାଛୁରୀ କ୍ଷୀର ପରଖିବ

କେମିତିକା ଅଛି ସ୍ବାଦ

କଅଁଳ ଶିଶୁଟି ଲୋଡ଼େ ଖାଲି କାଖ

ଅଝଟିଆ ତା'ର କାନ୍ଦ ।


କଅଁଳ ଘାସରେ ଚାଲିବାଟା ଭଲ

ସକାଳୁ ସକାଳୁ ନିତି

କଅଁଳ ଖରାରେ ବସିଗଲେ ଟିକେ

ରୋଗରୁ ମିଳଇ ମୁକ୍ତି ।


କଅଁଳ ପତର ବୃକ୍ଷରେ ଭରିଲେ

ସୁଶୋଭିତ ଦିଶୁଥିବ

କଅଁଳ ମାଟିରେ ଯେମିତି ଗଢ଼ିବ

ସେମିତି ମୃଣୟ ହେବ ।


କଅଁଳ କାଠରେ ହୁଏ ନାହିଁ ଅଖ

ମଞ୍ଜକାଠ ଦରକାର

କଅଁଳ କୁହାକୁ ବିଶ୍ୱାସ ଯିବନି

ହୋଇ ଯିବ ନାରଖାର ।


Rate this content
Log in

Similar oriya poem from Children