STORYMIRROR

Kalandi pal

Inspirational

3  

Kalandi pal

Inspirational

ଗୁଆ ଦିଆ ବନ୍ଧୁ

ଗୁଆ ଦିଆ ବନ୍ଧୁ

1 min
184


ଗାଉଥିଲେ ଗୁଣ  ଭକତେ ତୋହର

     ଟେକି ଧରିଥିଲେ ତୋତେ.

ବନ୍ଧୁ କରିଥିଲୁ  ଏ ସାରା ଜଗତେ

     ଗୁଆ ଦେଇ ନିଜ ହାତେ.ll


ଉତ୍ସବରେ ବନ୍ଧୁ  ବ୍ୟସନରେ ବନ୍ଧୁ

     ଦୁର୍ଭିକ୍ଷରେ ଠିଆ ଯିଏ.

ଶତ୍ରୁ ଦମନରେ  ରାଜଦରବାରେ

     ଶ୍ମଶାନରେ ସାହା ହୁଏ. ll


ଜୀବନ ଯେ ଦେଇ  ଜୀବନ ରଖଇ

    ଦୁନିଆଁରେ ସେହି ବଡ଼.

କେମିତି କହିବେ  ବନ୍ଧୁ ଭକତର

    ଗୁଆରେ ପକାଉ ବାଡ଼. ll


ମନା ତୋ ଅଗଣା  ତୋ ଦୁଆର ମନା

     ଭକ୍ତ ବନ୍ଧୁ ନାମ ନେଇ.

ଭକ୍ତବନ୍ଧୁ ନାମେ  କଳଙ୍କ ଲାଗିବ

     ଶ୍ରୀବତ୍ସ, ସୁଦାମା ଥାଇ. ll


ମନରେ କପଟ  ଥିଲା ନନ୍ଦ ଚାଟ

     କିମ୍ପା କଲୁ ଏତେ ନାଟ.

ତୋ ଚାରି ଦୁଆର  ତୋହ ପାଇଁ ଖୋଲା

     ଖୋଲିଦେଏ ଗୋଟେ ବାଟ. ll


ନୋହିଲେ ଶୁଣିବୁ  ଅପନିନ୍ଦା ଆଉ

     ଅପଵାଦର ଗଞ୍ଜଣା.

କବି ଓ ଲେଖକେ  ଅଜ୍ଞାନୀ, ଭକତେ

     ଗାଏ ଅପନିନ୍ଦା ସିନା. ll


ଆଉ ତୋର କେହି  ଗୁଣ ଗାଉ ନାହିଁ

     ଅପଯଶ ପ୍ରତି କ୍ଷଣେ.

ନିବେଦନ ଆଉ  ଗୁହାରି ମାଳାରେ

     ପୋତି ଦେଲେଣିତ ମନେ. ll


କେତେ କଟୁ କଥା  କେତେ ବ୍ୟଙ୍ଗ କଥା

     ନିତି ନିତି ଭାସି ଆସେ.

ଗୁଣ ଗାଉଥିବା  ସମାଜ ମାନବା

     କୁତ୍ସା ନିତି ରଟି ବସେ. ll


ଅଭିମାନ କିଏ  କଲେ ତୋ ଉପରେ

     ନେଉ ତୁ ତାକୁ କୋଳେଇ.

ଏତେ କୁତ୍ସା କଥା  ଏତେ ଅପନିନ୍ଦା 

     କେମିତି ରହୁଛୁ ସହି. ll


ଦେଏ ଥରେ ତୋର  ଅଭୟ ବାଣୀକୁ

     ଜଗତେ ହେଉ ମଙ୍ଗଳ.

ବନ୍ଧୁ କରି ଥରେ  ବନ୍ଧୁରେ କଳଙ୍କ

     ନ ଲଗା ଭକ୍ତବତ୍ସଳ. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational