ଗତିରୋଧ
ଗତିରୋଧ
ଗତିରୋଧ....
ଜୀବନକୁ ସଜାଇଦିଏ ବିଷାଦର ପୁଞ୍ଜି
ବିନା ଖଟାରେ କି ସୁଆଦ ଫଳକାଞ୍ଜି
ସମୟ ଏକୁଟିଆ କରିଦିଏ ଥାଇ ଆପଣାର
ଅନେକ ପଡ଼ିଛି ପୂର୍ବ ଜନମର କର୍ମମଞ୍ଜି
ଗତିରୋଧ....
ଯନ୍ତ୍ରଟିଏ ଏ ମାନବ ଶରୀର ଲାଗେ କଳଙ୍କି
ଜୀବନ ଗାଡ଼ି ନ ଗଡ଼ିଲେ ଆଶାପାଦ ଯାଏ ଥକି
ନିଜ ଭିତରେ ନିଜ ମରଣକୁ ଖୋଜିବୁଲେ ମନ
ପରିସ୍ଥିତି ବଜାରେ ଇଛାସବୁ ଶସ୍ତାରେ ଦିଏ ବିକି
ଗତିରୋଧ....
ଦିନେ ସମସ୍ତଙ୍କ ସେ ଆସିବ ସେ କ୍ଷଣ ମୁହୂର୍ତ୍ତ
କିଏ ଲଗାଇବ ଯଦି ଆସ ମୋ' ସହ ଏହି ସର୍ତ୍ତ
ସ୍ୱାର୍ଥୀ ହେବା ଏକମାତ୍ର ଉପାୟ ଯାହା ଅସମ୍ଭବ
ବାକି ସବୁ ବୁଦ୍ଧି ଉପାୟର ପଥେ ବଡ଼ବଡ଼ ଗର୍ତ୍ତ
ଗତିରୋଧ....
ଦିନ ଆସିବ ବିବେକକୁ ତୁମେ ଅଜସ୍ର ଦେବ ଗାଳି
ନିଜ ନିଃସ୍ୱାର୍ଥପରତା ହିଁ ତୁମକୁ ଦେଉଥିବ ଜାଳି
ଆଦର୍ଶ ନୀତି ତ୍ୟାଗ ସବୁ ଅବଶୋଷ ହିଁ ଆଣିବ
କର୍ତ୍ତବ୍ୟର କ୍ଳେଶ ତୁମସଭିଙ୍କୁ କନ୍ଦାଇବ କରି ପାଳି।
