ଗ୍ରୀଷ୍ମ ଗରମ
ଗ୍ରୀଷ୍ମ ଗରମ
ଗ୍ରୀଷ୍ମ ଗରମ ଲାଗେ ସରମ
କମଳରେ ରହିବାକୁ
ମନ ମରମ ହୁଏ ଉଚ୍ଛନ୍ନ
ପବନରେ ଝୁଲିବାକୁ ।
ଶୀତଳ ବାଆ ଗହିରେ ଆ'
ଅଝଟ ଧାନ ସାଥେ
ପିଟିହେଇ ଯା' ଦେହରେ ମୋର
ଶୀତଳ ବାଆ ପଥେ ।
ଝାଳ ବୋହିରେ ମଥାରେ ମୋର
ଯାଉଛି ଆଜି ବହି
ଇଚ୍ଛା ହେଉଛି ମନ କହୁଛି
ତରଭୁଜ ଯିବି ଖାଇ ।
ପଇଡ଼ ରଜା ମୁୁୁରୁକି ହସି
କହୁଛି ମତେ ଖାଅ
ପାଣି ନଡ଼ିଆ କତାକୁ ଚିରି
ମୋ ପାଖେ ଆସି ବଅ ।
କମଳ ଡାକି କହୁଛି ମତେ
ଗଲ କି ମତେ ଭୁଲି
ମୋ ପାଖେ ଆଉ ଶରଧା ନାହିିଁ
ଶୀତରେ ମୁଁ ଯେ ଗେଲି ।
ଧରା ଉତପ୍ତ ମଳୟ ନାହିଁ
ଚାଲିିିଛି ଖରା ମହି
ମାଟି କରିଛି ଆଁ ଟି ପରା
ଚତକ ପ୍ରାୟେ ହୋଇ ।
ବିକଳେ ମହି ଆକାଶେ ଚାହିିଁ
କରୁୁୁଛି ନିବେଦନ
ବର୍ଷା ବରଷ ମାଟିରେ ମୋର
ନାହିିଁ କିିିଛି ମନ ।
ମଜା ମାରିଛି ପଇଡ ଖାଇ
ନାହିିଁରେ ଆଉ ଇଚ୍ଛା
ଜଲଦି କର ମେଘ ମଲ୍ଲାର
ଖରା କରୁୁୁଛି ବର୍ଷା ।
ଧରିତ୍ରୀ ମାଆ ଖରା ସାଥିରେ
ରୁହେଟି ବେଶି ଦିନ
ନା ନା କଲେ ଗ୍ରୀଷ୍ମ ରଜାକୁ
ସେ ପାଆନ୍ତି ଭାରି ଭଲ ।
ଖରାଟି ପାଇଁ ବରଷା ହୁଏ
ଏ ଯେ ବିିିଧି ବିିଧାନ
ଆମେ ବି ଭାରି ଖୁୁୁସିରେ ନାଚୁ
ଗାଡ଼ିଆ କୁଳେ ମନ ।
