STORYMIRROR

Bidyadhar Mantry

Inspirational Others Children

4  

Bidyadhar Mantry

Inspirational Others Children

ସ୍ୱାଧୀନତା ଆଢ଼ୁଆଳେ

ସ୍ୱାଧୀନତା ଆଢ଼ୁଆଳେ

1 min
10

   

ଆନ୍ଦୋଳନ,ସତ୍ୟାଗ୍ରହ ଓ ଅସହଯୋଗ ପରେ

ସ୍ବାଧିନତାର ସୁର୍ଯ୍ୟ ଉଦୟ ହେଲା ଭାରତରେ

ଉଣେଇଶ ଶତ ଚାଳିଶି ଅଗଷ୍ଟ ପନ୍ଦର ରେ

ସ୍ବାଧିନତାର ପତାକା ଉଡି ଥିଲା ଗଗନ ରେ


ସ୍ବାଧୀନତାର କାହାଣୀ ନୁହେଁ ମନ ଗଢା ଗପ

ଅଜର ଅମର କଥା ସହ ଗୌରବର ଛାପ

ବୀର ଶହୀଦଙ୍କ ବଳିଦାନ କଥା ଆଉ ଚିତ୍ର

ସ୍ମୃତି ରୂପେ ସ୍ଵାଧୀନତା ଦିବସରେ ଉଜ୍ଜୀବିତ


ଅହିଂସାର ମନ୍ତ୍ର ସହ ଗାନ୍ଧିଜୀ ନିଜେ ଲଢ଼ିଲେ 

ନେହୁରୁ,ପଟେଲ, ତିଳକ ଓ ଲାଲା ଯୋଗ ଦେଲେ

ଜାଲିଆନୱାଲାବାଗ ଗଣ ହତ୍ୟାର କାହାଣୀ

ତୀବ୍ରତର ହେଲା ସ୍ବାଧିନତା ସଂଘର୍ଷର ଧ୍ଵନୀ


ଜଣେ ନୁହଁ ,ଅନେକ ଶହୀଦଙ୍କର ବଳିଦାନ

ସ୍ବାଧିନତାର ପଥେ ଆଗେଇ ସମର୍ପିଲେ ପ୍ରାଣ

ସେଇ ପ୍ରାଣ ବାୟୁ ପ୍ରଭାବରେ ଭାରତ ସ୍ବାଧିନ

ମୁକ୍ତ ଆକାଶରେ ସେହି ବାୟୁ କରୁଛୁ ଗ୍ରହଣ


ମୋଗଲ ପରେ ଇଂରେଜ ମାନଙ୍କର ଆକ୍ରମଣ

ପାହାଡ ପରି ବି ଶତ୍ରୁ ଠିଆ ଥିଲେ ସେହି ଦିନ

ଶତ୍ରୁ ସହ ଲଢି କେତେ ବୀର ହାରିଲେ ଜୀବନ

ସେ ବୀରଙ୍କ କାହାଣୀ ତ୍ରିରଙ୍ଗା କରିଛି ବହନ


ସଂକ୍ଷେପରେ ବଳିଦାନ-କାରୀ ବୀରଙ୍କ ବର୍ଣ୍ଣନା

ସ୍ମୃତି-ଚାରଣ ସହ ବୀରତ୍ୱର ହିଁ ବନ୍ଦାପନା 

ରାଣୀ ଲକ୍ଷ୍ମୀ ବାଇ,ମହାରଣା ପ୍ରତାପ ସହିତ ଶିବାଜୀ ଓ ମଙ୍ଗଲପାଣ୍ଡେଙ୍କ ଅପୂର୍ବ ବୀରତ୍ୱ


ଦେଶ ପାଇଁ ଲିଭି ଯାଇଅଛି ଜୀବନର ଦୀପ

ଇତିହାସରେ ଲିପିବଦ୍ଧ ସେ ବୀରତ୍ୱର ରୂପ

ଭଗତ ସିଂ,ରାଜଗୁରୁ,ଚନ୍ଦ୍ରଶେଖର ଆଜାଦ

ଦେଶ ପାଇଁ ପ୍ରାଣ ବଳି ଦେଇ ହୋଇଲେ ଶହୀଦ


ଆହୁରି ଅନେକ ଏ ଦେଶର କୋଣ ଅନୁକୋଣେ

ସ୍ବାଧିନତା ପାଇଁ ଲଢ଼ିଥିଲେ ଯୁଦ୍ଧ ପ୍ରାଣପଣେ।

ନେତାଜୀ ସୁବାସ ବୋଷ ଓ ବୀର ସାବରକର 

ମନରେ ସ୍ବାଧିନତା ର ସ୍ୱର ସହ ଅଗ୍ରସର 


ରକ୍ତ ଦିଅ,ସ୍ଵାଧୀନତା ପାଇଁ, ସୁବାଷଙ୍କ ଡାକ

ଆଜାଦ୍ ହିନ୍ଦ୍ ଦଳ ଗଢିବାରେ ହେଲା ସାର୍ଥକ

ସ୍ବାଧିନ ଭାରତର ସମ୍ବିଧାନ ବି ପ୍ରଣୟନ

ଭୀମ ରାଓ ଆମ୍ବେଦକରଙ୍କ ମୁଖ୍ୟ ଅବଦାନ 


ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ଆମର

କହୁଅଛି ବଳିଦାନ କଥା ସେ' ଶହୀଦଙ୍କର 

ସ୍ବାଧିନତା ଆଢ଼ୁଆଳେ ବଳିଦାନ ର କାହାଣୀ

ଅବଦାନ ର କାହାଣୀ ମଧ୍ୟ ରହିଅଛି ପୁଣି


ଅନେକ ବୀର ଶହୀଦ ହେଲେ ସ୍ବାଧିନତା ପାଇଁ

ପୁତ୍ର ସ୍ବାମୀ ପିତା ହରେଇବା କଥା ଅଛି ରହି

ସେଇ ବୀର ସନ୍ତାନଙ୍କ ଆତ୍ମବଳୀ ର କାହାଣୀ

ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ଅଛି କେବେ ଲିଭିବନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational