STORYMIRROR

SUKANTA KHANDA

Children

4  

SUKANTA KHANDA

Children

ନୂଆଖାଇ

ନୂଆଖାଇ

1 min
232


ବରଷକେ ଥରେ ଆସେ ନୂଆଖାଇ ଯେବେ

ଗହଳଚହଳ ପଡ଼େ ଏ ଓଡ଼ିଶା ଭବେ।୧

ପଶ୍ଚିମ ଓଡ଼ିଶା ପୁଣି ବେଶୀ ପାଳିଥାନ୍ତି

ଘରେଘରେ ପିଠାପଣା ମଉଜ କରନ୍ତି।୨

ଘର ଓ ଦୁଆର ସବୁ ଲିପାପୋଛା ହୁଏ

ନୂଆହାଣ୍ଡି କୁମ୍ଭାରଠୁ କିଣା ହୋଇଥାଏ।୩

ବଜାରରୁ ନବଲୁଗା ପ୍ରତିଟି ଲୋକର

ଆବାଳ ବୃଦ୍ଧ ବନିତା ଲୋଡ଼ା ସଭିଙ୍କର।୪

ମାଟିଚୁଲି ଭଙ୍ଗା ହେବ ପୁରୁଣା ଭାବିକି

ନୂଆଗଢା ନବଅନ୍ନ ରୋଷେଇ ପାଇଁକି।୫

ଝୋଟିରେ ହସିବ କାନ୍ଥ ଦୁଆର ବାହାର

ନିମନ୍ତ୍ରଣ କରିଥାନ୍ତି ବନ୍ଧୁଙ୍କୁ ନିଜର।୬

ଦୁଇ ତିନି ମାସଠାରୁ ପ୍ରସ୍ତୁତ ହୁଅନ୍ତି

ଭାବ ଆଉ ଭକତିରେ କରମେ ଚାଲନ୍ତି।୭

ମାଆ ସମଲେଇ ପୀଠେ ନବଅନ୍ନ ଜାଇ

ଆକୁଳେ ଡାକନ୍ତି ମାଆ ସୁଖଦେବ ଥୋଇ।୮

ନିଜ ପାଇଁ କେହି କେବେ ମାଗନ୍ତିନି କିଛି

ସମୂହ ଏ ଜାତି ପାଇଁ ପ୍ରାର୍ଥନା ରହିଛି।୯

ଦୂର ହେଉ ରୋଗ ଶୋକ ପ୍ରତିଟି ଜାତିର

ନର ପଶୁ ପକ୍ଷୀ ଅବା ସବୁ ଉଦ୍ଭିଦର।୧୦

ବାଘ ଭାଲୁ ହେନ୍ତାଳଠୁ ଘରେ ପଶୁ ଯେତେ

ଶିକାର ନ କରେଇ କି କରୁଥିବ ହିତେ।୧୧

ସମଲେଇ ମାଆ ପାଖେ ମନ ଅରପଣ

ନିଜ ଘରେ ଭେଟଘାଟ ହୁଏ ତତକ୍ଷଣ।୧୨

ସାନ ଯେତେ ଥିବେ ଘରେ ଜୁହାର କରିବେ

ବଡ଼ ଲୋକେ ସେନେହରେ ଶୁଭ ମନାସିବେ।୧୩

ସମ ବୟସ୍କ ପାଖରେ ଯଦି ରହିଥିବେ

କୁଣ୍ଢାକୁଣ୍ଢି ଭାଇଚାରା ଭାବ ରଖିନେବେ।୧୪

ସଞ୍ଜ ନ ହେଉଣୁ ଦାଣ୍ଡ ଦୁଲୁକି ଉଠିବ

ଗୀତ ଆଉ ନାଚ ସହ ଆନନ୍ଦର ଭାବ।୧୫ 

ନୂଆଖାଇ ପରବକୁ ଆକୁଳ ଅନ୍ତରେ

ଅନେଇଁ ଥାଆନ୍ତି ସବୁ କେବେ ଆସିବରେ।୧୬

ସରିଗଲେ କହିଥାନ୍ତି ବଞ୍ଚିଥିଲେ ଆମେ

ଆର ବରଷକୁ ଆହା ପାଳିବା ଏ ଧାମେ।୧୭

ଲୁହ ଛଳଛଳ ହୋଇ ବିଦାୟ ଦିଅନ୍ତି

ଦୂର ଦେଶୁ ଯେଉଁମାନେ ଘରକୁ ଆସିଥାନ୍ତି।୧୮

ଭାବର ପରବ ଇଏ ଭାଇଚାରା ଘେନି

ପଶ୍ଚିମ ଏ ଓଡ଼ିଶାକୁ ଦୁଲୁକାଏ ଜାଣି।୧୯

କରମର ଫଳ ଦେବେ ସମଲେଇ ଜାଣ 

ଏହାକୁ ଲକ୍ଷ୍ୟରେ ରଖି ପୂରା ମନ ଧନ୍ୟ।୨୦

କୋଟିଏ ପ୍ରଣାମ ଆଜି ଘେନ ସୁକାନ୍ତର

ଧନ୍ୟ ତୁମେ ପଶ୍ଚିମ ଏ ଓଡ଼ିଶା ମାଟିର।୨୧

            


Rate this content
Log in

Similar oriya poem from Children