STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଜୀବନ ମନ୍ତ୍ର

ଜୀବନ ମନ୍ତ୍ର

1 min
308


କଳ୍ପନା ଜଳ୍ପନା ହୋଇଅଛି ଅନ୍ତ

ଆଖି ଖୋଲି ଏବେ ଦେଖ

ଆବିର୍ଭାବ ଦ୍ବାରେ ଆମର ଅତିଥି 

ନବବର୍ଷ ଅଭ୍ୟାଗତ ।

ବଞ୍ଚିବାକୁ ହେବ ଆଶାର କିରଣେ

ଅତୀତ ସ୍ମୃତି ସହିତ

ଚାଲିବାକୁ ହେବ ଆଗକୁ ଆମକୁ

ଗାଇବା ସ୍ବାଗତ ଗୀତ ।

ମାରିବାକୁ ହେବ ମୁଣ୍ଡ ଝାଳ ତୁଣ୍ଡେ

କଷ୍ଟ କଲେ ମିଳେ କୃଷ୍ଣ 

କୁସୁମିତ କରେ ଶୁଷ୍କ ମରୁସ୍ଥଳ

ଅବିରତ ପରିଶ୍ରମ ।

ନ ରଖି ମନରେ ଦୁଃଖ ଅବସାଦ

କଣ୍ଟକ ଅନୁଶୋଚନା

ନେବା ସୁସଙ୍କଳ୍ପ ରଖିବା ବିଶ୍ବାସ 

ହିତକର ସଦ୍ଭାବନା ।

ଶାନ୍ତି ମୈତ୍ରୀ ପ୍ରୀତି ସୌଜନ୍ଯ ସମ୍ବନ୍ଧେ

ଯେତେ ବାଧା ପ୍ରତିବନ୍ଧ 

ନ ହେଲେ ଗ୍ରସିତ ହିଂସା ପ୍ରଲୋଭନେ

ହୋଇପାରେ ଅତିକ୍ରମ ।

ଅସତ୍ଯ ଅନ୍ଯାୟ ଭୟ ଆତଙ୍କର

ଅନ୍ଧକାର କୁହେଳିକା

ହୋଇଯାଏ ଦୂର ଜ୍ଞାନ ସୂର୍ଯ୍ଯୋଦୟେ

ସୁଲଭେ ଉତ୍ତମ ଶିକ୍ଷା ।

ମୁକ୍ତି ସ୍ୱଚ୍ଛନ୍ଦତା ପ୍ରଗତି ସୁପଥେ

ବଞ୍ଚିବାର ଅଧିକାର

ଦେଉ ନବବର୍ଷ ପ୍ରତି ମୁଖେ ହସ

ଉତ୍ସାହ ଜୀବନ ମନ୍ତ୍ର ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational