Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପିଲାରୁ ବଡ

ପିଲାରୁ ବଡ

1 min
402



ଯେତେ ସବୁ ଟିକି ପିଲା

    ଆମ ଜାତି ଭବିଷ୍ୟତ 

ଛୋଟରୁ ହୋଇବେ ବଡ କିଶୋର କିଶୋରୀ ,

ଅରଜି ଉତ୍ତମ ଶିକ୍ଷା

     କଉଶଳ ସକ୍ଷମତା

ହେବେ ନବ ଯୁବାଶକ୍ତି ସମ୍ବଳ ଆମରି ।

ତାଙ୍କରି ନିଷ୍ଠା ଉଦ୍ଯମେ

     ପରାକାଷ୍ଠା ପରାକ୍ରମେ

ଉଦ୍ଭାସି ଉଠିବ ସୃଷ୍ଟି ନୂଆ ସମ୍ଭାବନା ,

ବିଜ୍ଞାନ ଜ୍ଞାନେ ଉନ୍ନତ

     ହେଲେ ଯୁବା ପ୍ରଶିକ୍ଷିତ 

ତ୍ବରିତ ହେବ ବିକାଶ ପ୍ରକଳ୍ପ ରଚନା ।

ଭୁଲି ମନୁ ଭେଦଭାବ

      ହେବା ଏକ ମନପ୍ରାଣ 

ଜାତିର ଉନ୍ନତି ଲକ୍ଷ୍ଯ ଆମ ସୁସଙ୍କଳ୍ପ ,

ସତ୍ଯ ଶାନ୍ତି ସମନ୍ବୟ

     ଅହିଂସା ଆମରି ଧ୍ଯେୟ

ଉତ୍କର୍ଷତା ପ୍ରାପ୍ତି ଲାଗି ହେବା କର୍ମନିଷ୍ଠ ।

ନୂଆ ଆଶା ସ୍ବପ୍ନ ନେଇ 

     ଗଢିବା ବିଶ୍ବକୁ ଆମେ

ସମଗ୍ର ସୁନ୍ଦର ଧରା କୁଟୁମ୍ବ ଆମରି ,

ଆଲୋକର ରାହା ଖୋଜି

     ଆମେ ସବୁ ଫୁଲ କଳି

ବିତରି ସୁମନ ବାସ ରଙ୍ଗ ଦେବା ଭରି ।

     


Rate this content
Log in

Similar oriya poem from Inspirational