STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ରକ୍ତତୀର୍ଥ

ରକ୍ତତୀର୍ଥ

1 min
209


ଅଟେ ବନ୍ଦନୀୟ ପୁଣ୍ଯ ରକ୍ତତୀର୍ଥ 

ଭଦ୍ରଖ ଗ୍ରାମ ଇରମ

ସଂଗ୍ରାମର ଭୂମି ରହିଛି ସ୍ମାରକୀ

ଶହୀଦଙ୍କ ସ୍ମୃତିସ୍ତମ୍ଭ ।

ବିଦେଶୀ ଇଂରେଜ ଆମରି ଭାରତେ

କରୁଥିଲେ ଅତ୍ଯାଚାର 

ସ୍ବାଧୀନତା ପାଇଁ ସମଗ୍ର ଦେଶରେ

ଆନ୍ଦୋଳନ ହେଲା ତୀବ୍ର ।

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ 

ଡାକରା ଭାରତଛାଡ 

ଜାଗରିତ କଲା ପ୍ରତି ଜନମନ

ସତ୍ଯାଗ୍ରହୀ ହେଲେ ରୁଣ୍ଡ ।

ସନ ଉଣେଇଶ ମାସ ସେପ୍ଟେମ୍ବର 

ଅଠାଇଶି କଳାଦିନ

ଶାନ୍ତିପୂର୍ଣ୍ଣ ଭାବେ ସ୍ବାଧୀନ ସଂଗ୍ରାମୀ

କରୁଥିଲେ ଆନ୍ଦୋଳନ ।

ଇରମ ଗ୍ରାମର ମେଳା ଆମ୍ବଗଛ

ସନ୍ନିକଟେ ଏକଯୁଟ 

ନିରସ୍ତ୍ର ଜନତା ଉପରେ ଜୁଲମ

ହୋଇଥିଲା ଭୟାନକ ।

ଛଅଟା ତିରିଶି ସନ୍ଧ୍ଯାର ସମୟେ

ଅତ୍ୟନ୍ତ ନିର୍ମମ ଭାବେ

ଛୁଟିଥିଲା ଗୁଳି ପଡିଥିଲେ ଟଳି

ସତ୍ଯାଗ୍ରହୀ ଅସହାୟେ ।

ଜଳରେ ଆବଦ୍ଧ ଥିଲା ଚର୍ତୁପାର୍ଶ୍ବ 

ହେଲେ ବହୁ ମୃତାହତ

ଜାଲିୱାନାବାଗ ଦ୍ବିତୀୟ ନାମରେ

ଶହୀଦ ସ୍ମୃତି ବିଦିତ ।

  


Rate this content
Log in

Similar oriya poem from Inspirational