ପିଲାଦିନର ସ୍କୁଲ ସ୍ମୃତି
ପିଲାଦିନର ସ୍କୁଲ ସ୍ମୃତି
ବାଜେ ଠଣ ଠଣ ବିଦ୍ୟାଳୟ ଘଣ୍ଟି
ସମୂହ ପ୍ରାର୍ଥନା ବେଳେ
ଲାଗେ ଅବଶୋଷ ମନ ହୁଏ ଦୁଃଖ
ସାମାନ୍ଯ ବିଳମ୍ବ ହେଲେ ।
ହୋଇ ସାବଧାନ ଏକ ସ୍ବର ତାନ
ବିଦ୍ଯାର୍ଥୀଏ କର ଯୋଡି
ଈଶ୍ବରଙ୍କୁ ଧ୍ଯାୟୀ ଆତ୍ମ ନିବେଦନ
କରିଲେ ମଙ୍ଗଳ ବିଧି ।
ଶ୍ରେଣୀର ଶିକ୍ଷକ ନିଅନ୍ତି ପ୍ରତ୍ଯହ
ବିଦ୍ୟାର୍ଥୀଙ୍କ ଉପସ୍ଥାନ
ସମୟ ନିର୍ଘଣ୍ଟେ ହୁଅଇ ଆରମ୍ଭ
ବିଷୟର ଅଧ୍ଯୟନ ।
ହୁଅଇ ସମୟେ ମଧ୍ଯ ଅବକାଶ
ବିଦ୍ୟାର୍ଥୀ ହୁଅନ୍ତି ଖୁସି
ବାହାର କରନ୍ତି ଥଳୀରୁ ନିଜର
ଜଳଯୋଗ ସାମଗ୍ରୀକି ।
ସାଙ୍ଗ ସାଥି ମେଳେ କରନ୍ତି ଭୋଜନ
ହରଷ ଆନନ୍ଦ ମନ
ବିରତି ସରିଲେ ଚାଲେ ପାଠପଢା
ଆସନ୍ତି ଶିକ୍ଷକଗଣ ।
ଖେଳ କସରତ ଯୋଗ ଓ ବ୍ଯାୟାମ
ଚାଲେ ବି ଉଦ୍ୟାନ କର୍ମ
ଆମ ବିଦ୍ୟାଳୟ ଶିକ୍ଷାର ସହିତ
ଚରିତ୍ର କରେ ଗଠନ ।
ବାଜେ ଠଣ ଠଣ ଆଉ ଥରେ ଘଣ୍ଟି
ବିଦ୍ୟାଳୟ ହୁଏ ଛୁଟି
ରହିଛି ସଜଳ ଏବେ ବି ମନରେ
ପିଲାଦିନ ସବୁ ସ୍ମୃତି ।
