STORYMIRROR

Bharatabandhu Biswal

Others Children

4  

Bharatabandhu Biswal

Others Children

ପିଲାଦିନର ଝଗଡା

ପିଲାଦିନର ଝଗଡା

1 min
406


ସରଳ ସୁନ୍ଦର ଆମ ପିଲାଦିନ

ମନ ପାହାଡି ଝରଣ

ଚପଳ ଛନ୍ଦରେ ନାଚେ ଛମଛମ

ମାନେନା ବାଧା ବନ୍ଧନ ।

ନିଷ୍ପାପ ହୃଦୟ ସ୍ବଚ୍ଛ ସାବଲୀଳ

ଆନନ୍ଦ ହରଷ ଚିତ୍ତ 

ସାଙ୍ଗ ସାଥି ମେଳେ ନାଚକୁଦ ଖେଳେ

ମନ ସଦା ପ୍ରଫୁଲ୍ଲିତ ।

କଦବା କେମିତି ସାମାନ୍ଯ କଥାରେ

ହୁଅଇ ମନମାଳିନ୍ଯ 

ଉଠଇ ଉଦବେଳ ଚହଟେ ଲାଲିମା

ମୁହଁ ହୁଏ ଫଣଫଣ ।

ପ୍ରିୟ ବନ୍ଧୁ ସହ ପଡିଯାଏ କଟି

କଥାବାର୍ତ୍ତା ହୁଏ ଠପ

ଦୈବାତ ସମ୍ମୁଖେ ହୋଇଗଲେ ଭେଟ

ଲାଗେ କଷ୍ଟ ଛଟପଟ ।

ଭସାମେଘ ପ୍ରାୟ ଘଡିକେ ନିମିଷେ

ଝଗଡା ପିଲାଦିନର 

ମିଳାଇ ପବନେ ଯାଏ ଅପସରି

ରାଗତମ ହୁଏ ଦୂର ।

ବୁଝିଗଲେ ଥରେ କଅଁଳ ମନଟି

ହୁଏ ସତେଜ ସବୁଜ

ଅଙ୍କୁରିତ ଉଠଇ ନୂଆ ଉଦ୍ଦୀପନା

ନିବିଡେ ବନ୍ଧୁତା ଭାବ ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍