STORYMIRROR

Shiba Charan Mahapatra

Classics Inspirational

2  

Shiba Charan Mahapatra

Classics Inspirational

ଗୋଟିଏ ଜୀବନ ଜିଇଁବାର ଅଛି

ଗୋଟିଏ ଜୀବନ ଜିଇଁବାର ଅଛି

1 min
44


ପ୍ରେମ ଓ ବିରହ ଭୋଗିବାର ଅଛି

ଗୋଟିଏ ହୃଦୟ ଧରି

ଗୋଟିଏ ଜୀବନ ଜିଇଁବାର ଅଛି

ଶତସହ୍ସ୍ର ବାର ମରି !!


ତୁମେ ଶୋଇଥାଅ ନିଘୋଡ ନିଦରେ 

ମୁଁ ଚେଇଁଛି ସାରାରାତି

ତୁମ ସହରରେ ଝରୁଥାଉ ପ୍ରେମ 

ମୋ ଜୀବନେ ଜ୍ୟେଷ୍ଠ ତାତି !!


ଶୀତଳ ପବନ ଭବ୍ୟ ପରଶ

ବୋଳୁଥାଏ ହସ୍ତେ ଧରି

ଗୋଟିଏ ଜୀବନ ଜିଇଁବାର ଅଛି 

ଶତସହ୍ସ୍ର ବାର ମରି !!


ରକ୍ତ ନଦୀରେ ଲେଖିବାର ଅଛି

ପ୍ରେମର ପବିତ୍ର ଶ୍ଳୋକ 

ନିଜେ ନଈ ନାଆ ନାଉରୀ ସଙ୍ଗତେ

ପହଁରି ଯିବାକୁ ଦୁଃଖ !!


ଦାରୁଣ ସମୟ ଘୂର୍ଣ୍ଣିଝଡ ସାଜି

ତିଆରୁ ଯେତେ ଭଉଁରୀ

ଗୋଟିଏ ଜୀବନ ଜିଇଁବାର ଅଛି

ଶତସହ୍ସ୍ର ବାର ମରି !!


ସବୁରି ହୃଦୟେ ପ୍ରଦୀପ'ଟେ ଜଳୁ

ଝାରି ସୁବାସିତ ବାସ

ଯନ୍ତ୍ରଣା କାତର ଏ ହୃଦୟ ହସୁ

ତୃପ୍ତି ସବୁଜ ହସ.!


ଅଳପ ଆୟୁଷେ କିବା ସାଥେ ନେବି

ଛାଡିବି ଖାଲି ପଞ୍ଜୁରୀ 

ଗୋଟିଏ ଜୀବନ ଜିଇଁବାର ଅଛି 

ଶତସହ୍ସ୍ର ବାର ମରି !!




Rate this content
Log in

Similar oriya poem from Classics