STORYMIRROR

ଗୋଷ୍ଠ ଚନ୍ଦ୍ରମା

ଗୋଷ୍ଠ ଚନ୍ଦ୍ରମା

1 min
352


ହେ ପ୍ରାଣ ପ୍ରିୟ!


ଅଷ୍ଟମୀ ତିଥିର, 


ଅଷ୍ଟମ ଦାୟାଦ, ଗୋଷ୍ଠ ଚନ୍ଦ୍ରମା, 


ଅଷ୍ଟପାଟରାଣୀ ଚିତ୍ତଚୋର!


ଅଷ୍ଟମ ପ୍ରହର, ଅଷ୍ଟମ ଅତିଥି, 


ଅଷ୍ଟମ ଜନ୍ମରେ, ମାଖନ ଚୋର!


ଜନ୍ମାଷ୍ଟମୀର ଏଇ ପୁଣ୍ୟ ତିଥିରେ 


ଆସିବ କି ତୁମେ? ପ୍ରିୟତମ!


ସାତ ସୁରେ,ସାତ ଲୟେ ତଵ, 


ସପ୍ତରାଗର ଆଦ୍ୟ ଓଁକାରରେ, 


ନିତ୍ୟ ଝଙ୍କାର ତୋଳି, 


ହେ ମୋହନ ବଂଶୀ! 


ପ୍ରାଣ ପ୍ରିୟ, ତଵ ସାନ୍ନିଧ୍ୟରେ, 


ପୁରି ଉଠୁ ନିତ୍ୟ ବୃନ୍ଦାବନେ, 


ନିତ୍ୟ ରାସ, ନନ୍ଦ ଉତ୍ସବ ଯେ, 


ହୃଦୟ ପଲ୍ଲଵରେ, 


ସଦା ଝଙ୍କୃତ, ନିନାଦିତ 


ଏ ଜୀବନେ ମୋର!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics