STORYMIRROR

Akshaya Dash

Inspirational Children

3  

Akshaya Dash

Inspirational Children

ଗୋପବନ୍ଧୁ

ଗୋପବନ୍ଧୁ

1 min
17

ଥିଲେ ଗୋପବନ୍ଧୁ

ପରି ମହାସିନ୍ଦୁ

ହୃଦୟ ତାଙ୍କର ଜନ ହିତ,

ଛାଡ଼ି ପରିବାର

ଆଗକୁ ବାହାର

ବିପଦ ବେଳରେ ସାଥୀ ମିତ।

ଦୈବ୍ୟ ଦୁର୍ବିପାକ

ବେଳେ ଆସି ପାଖ

ଅନ୍ନ ବସ୍ତ୍ର ବାଣ୍ଟି ଘରେ ଘରେ

ନିଜକୁ ନଦେଖି

ଇତିହାସ ଲେଖି

ଅସହାୟ ମୁଖେ ଖୁସି ଭରେ।

ବନ ବିଦ୍ୟାଳୟ

ଶିକ୍ଷାର ଆଳୟ

ସମାଜ ଖବର ଲେଖା ପଢ଼ି,

ସତ୍ୟାଗ୍ରହୀ ରତ

ସ୍ବାଧିନ ଭାରତ

ଗୋରା ସରକାର ସହ ଲଢି।

ସାଧାସିଧା ଲୋକ

ଜନତାଙ୍କ ଭୋକ

ପାଇଁ ଆଗଭର ବଂଧୁ ପରି,

ଆଜିର ଦିନରେ 

ସ୍ମରଣ ମନରେ 

ପୂଜ୍ୟ ପୂଜା ଫୁଲ ଦିଏ ଧରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational