STORYMIRROR

Priyabrata Mohanty

Classics Fantasy Inspirational

2  

Priyabrata Mohanty

Classics Fantasy Inspirational

ଗୋମାତା

ଗୋମାତା

1 min
362

ପଶୁରେ ନ କର ଗଣନ,

ନୁଁହ ସେ ମୋପାଇଁ ଗୋଧନ ।।


ସେ ତ କାମଧେନୁ ଗୋମାତା,

ମାନବର ଭାଗ୍ୟ ବିଧାତା ।।


ଗୋବର ଲେପ ବିଶୁଦ୍ଧକ,

ଗୋବରରୁ ମିଳେ ଆଲୋକ ।।


ଗୋବର ହୋଇ ଗଲେ ଖତ,

ଶସ୍ୟ ହୁଏ ଧରାରେ ଜାତ ।।


ଦୁଗ୍ଧ ଯୋଗାଏ ପୋଷଣ,

ଦରିଦ୍ରତା କରେ ହରଣ ।।


ଦୁଃଖ ସବୁ ମସ୍ତକେ ନେଇ,

ଠିଆ ହୋଇଥାଏ ମା ହୋଇ ।।


ହିନ୍ଦୁ ମୁଁହି ଧର୍ମ ସନାତନ,

ମାଆ ଭାବେ ଦିଏ ସମ୍ମାନ ।।


ଜୀବନ ହୁଏ ତାର ଧନ୍ୟ,

ଗୋ ସେବା ରେ ଗଲେ ଜୀବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics