ଗୋଧୂଳି ...୬
ଗୋଧୂଳି ...୬
#ଗୋଧୂଳି --୬
☆☆☆☆☆☆
ଆଜି ମୁଁ ସମ୍ପୂର୍ଣ୍ଣ ପ୍ରସ୍ଫୁଟିତ
ଭୂମି ପରେ ପତିତ
ଶାଖା ହରା , ପଥ ହରା
ଜନ୍ମଦାତ୍ରୀ କୋଳରୁ ବି ବଞ୍ଚିତ ।
ଦିନେ ଥିଲେ କଳି , ସମ୍ପୂର୍ଣ୍ଣ ଅଜ୍ଞାତ
ନା ଥିଲା ଭବିତବ୍ୟ ର ଚିନ୍ତା
ନା ଛୁଇଁଥିଲି କଳଙ୍କିତ ସମାଜକୁ
ବାସ୍ ଜୀଉଁଥିଲି ଆଜିରେ ,
ଜନ୍ମଦାତ୍ରୀ ଠାରୁ ହେଉଥିଲି ପୋଷିତ ।
ବର୍ଦ୍ଧିତ ସମୟରେ ବଢି ଚାଲିଲି
ବୟସ ର ପାହାଚ ଅତିକ୍ରମ କରି ଚାଲିଲି ,
ଛୁଇଁଲା ମନକୁ ନାନା ରିପୁ
କଳଙ୍କିତ ମାନସିକତାରେ ହୋଇଗଲି ପୂର୍ଣ୍ଣ ।
ସ୍ବାର୍ଥପରତା , ପକ୍ଷପାତିତା ନାଆରେ
ଆଗକୁ ବଢି ଚାଲିଲି ,
ନିଜର କିଛି ପାଖୁଡା କୁ
ପାଦରେ ଆଢେଇ ଦେଇ ଚାଲିଲି
ପରିଣାମ କଥା ଭାବି ନଥିଲି ।
ସ୍ବାର୍ଥ ହାସଲ କରି ସଭିଏଁ ଦୂରେଇ ଦେଲେ ,
ପ୍ରାପ୍ତ ବୟସର ଗୋଧୂଳିରେ
ସେହି ଧିକ୍କାରିତ କିଛି ସମ୍ପର୍କ
ଆଦରେଇ ନେଲା ।
ଥିଲି ଦ୍ବନ୍ଦ ରେ କେଉଁଠି ରହିବ ମୋ ସ୍ଥାନ ,
ପ୍ରଭୁ ପାଦ ତଳେ ଅବା
ଅଳିଆ ଗଦା ର କୋଳରେ ।
ଭାବନା ର ଅନ୍ତ ନ ହେଉଣୁ ,
ଅନୁତାପ ର ଧାରା ନ ବହୁଣୁ ,
ପହଞ୍ଚିଲା ଜୀବନର ଅନ୍ତ ବେଳା
ଦୁଆର ବାହାରେ ଠକ୍ ଠକ୍ କଲା
ଶେଷ ଯାତ୍ରା ର ଆବାହକ ।
ପାଖୁଡା ମେଲେଇ ଦେଖେଇ ଦେଲି
ଆସିଥିଲି ଶୂନ୍ୟତା ରେ
ଯାଉଛି ବି ଶୂନ୍ୟ ରେ ।
ରଙ୍ଗ , ରୂପ ରେ ଥିଲି ଦିନେ ଗର୍ବିତ ,
ସବୁ କିଛି ଆଜି ଭସ୍ମ ର ପରିଣତ ।
ସବୁ କିଛି ନିଜ ଭିତରେ ସାଇତିବା ଲୋଭରେ ,
କୁଳ ଠୁ ଦୂରେଇ ଆସିଲି ,
ନା ବାସନା ବିତରି ପାରିଲି
ନା ବିଷ୍ଣୁ ପୟରେ ରହି ପାରିଲି ।
କେବଳ ମାତ୍ର ଚିନ୍ତିତ ମାନସିକତାରେ ,
ମୁଠାଏ ଦର ଗଢା ସମ୍ବନ୍ଧ ର ଆଢୁଆଳରେ ,
ଭଦ୍ର ମୁଖା କିଛି ରକ୍ତିମ ଚେହେରା କୁ
ଆପଣେଇ ଆଜି .....
ଶେଷ ଯାତ୍ରାରେ...........।
ନା ପାଦ ଲେଉଟିବାର ସମୟ ଅଛି
ନା କ୍ଷମତା.......
କେବଳ ଅଛି ଏ ଯଦି......
ଏ ଚିରାଚରିତ ଗୋଧୂଳି ର
ଧୂମ୍ରିଳ ବାତାବରଣରେ ନିଜର
ଅସ୍ଥିତ୍ବ ହରାଇ ଅପୂର୍ବ ଶାନ୍ତି କୁ ଆପଣେଇବା ...........