Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଗୋଆଲିଅରର ମଣି  ଅଟଳ ମଉଡମଣି

ଗୋଆଲିଅରର ମଣି  ଅଟଳ ମଉଡମଣି

2 mins
362



ଗୋଆଲିଅରର ମଣି

ଅଟଳ ମଉଡମଣି ।

ଜନମ ଦିନରେ ପ୍ରଣତି ଢାଳୁଛୁ

ଘେନାକର ମହାମୁନି। ୧।

ଊଣେଇଶ ଶହ ଚବିଶ ମସିହା

ଡିସେମ୍ବର ପଚିଶରେ।

ଜନମ ଲଭିଲ ମଧ୍ଯ ପ୍ରଦେଶର

ଗୋଆଲିଅର ସହରେ। ୨।

ପିତା କୃଷ୍ଣ ବିହାରୀ ମାତା କୃଷ୍ଣାଙ୍କ

ସୁପୁତ୍ର ହେଲ ଜନମ।

ଜନମ କରମ ଦିବ୍ଯ ଅଲୌକିକ

ଥିଲା ତୁମର ଧରମ ।୩।

"ବିଜୟ ପତାକା" ପଢି ବଦଳିଲା

ଜୀବନର ଗତିପଥ ।

ଅଟଳ ରହିଲ ଭୀଷ୍ମ ପ୍ରତିଜ୍ଞାରେ

ଧନ୍ୟ ତୁମ ଯତିବ୍ରତ ।୪।

ସାଧୁ ସଚ୍ଚୋଟ ରାଜନୀତିଜ୍ଞ

ତୁମପରି କେହି ଜଣେ ।

ଖୋଜିଲେ ମିଳିବା ଅତୀବ କଠିନ

ସ୍ବପନ ପ୍ରାୟ ମୁଁ ମଣେ ।୫।

ଛାତ୍ର ଜୀବନରୁ ଆର୍.ଏସ୍.ଏସ୍.

ସ୍ବୟଂ ସେବକ ହୋଇଲ ।

ଦେଶମାତୃକାର ସେବା ପାଇଁ ସଦା

ମନ ତୁମେ ବଳାଇଲ ।୬।

ପିଲାଟି ଦିନରୁ ସୁନ୍ଦର ସୁନ୍ଦର

କବିତା ରଚନା କଲ ।

ଏକାବନ କବିତାରେ ତୁମ ନିଜ

ସଂଘର୍ଷ ବାରତା ଦେଲ ।୭।

ରାଷ୍ଟ୍ରଧର୍ମ ପଞ୍ଚଜନ୍ୟ ବୀର ଅର-

ଜୁନ ପତ୍ର ପତ୍ରିକାର ।

ସମ୍ପାଦନା କଲ ରାଷ୍ଟ୍ରୀୟ ଆଦର୍ଶ

ସଦା ରହିଥିଲା ଯାର ।୮।

ତିନି ତିନି ଥର ଭାରତବର୍ଷର

ପ୍ରଧାନମନ୍ତ୍ରୀଙ୍କ ପଦ ।

ସମ୍ଭାଳିଥିଲ ହେ ମହାମନା ତୁମେ

ରାଜନୀତି ବିଶାରଦ ।୯।

କ୍ୟା ଖୋୟା କ୍ୟା ପାୟା ଶ୍ରେଷ୍ଠ କବିତା 

ନୟାଦିଶା ବିନ୍ଦୁ ବିନ୍ଦୁ- ।

ବିଚାର ନା ଦୈନ୍ୟମଂ ନା ପଳାୟନଂ

ଗଦ୍ୟ ରଚିଲ ମଧୁ ।୧୦।

ଭାରତ ରତ୍ନ, ଲୋକମାନ୍ୟ ତିଳକ

ପୁରସ୍କାରରେ ।

ପଦ୍ମ ବିଭୂଷଣ ସର୍ବଶ୍ରେଷ୍ଠ ସାଂସଦ

ପୁରସ୍କାରରେ ।୧୧।

ଭାରତ ରତ୍ନ ପଣ୍ଡିତ ଗୋବିନ୍ଦ

ବଲ୍ଲଭ ପନ୍ଥ ପୁରସ୍କାର।

ସମ୍ମାନଜନକ ଡକ୍ଟରେଟ ଉପାଧି

ପାଇଲ କାନପୁରର ।୧୨।

ସବୁ ପ୍ରାପ୍ତ ହେଲ ହେ ମହାମନିଷୀ

ଗୋଆଲିଅରର ମଣି।

ଅଟଳ ରହିଲ ପୋଖରାନେ କଲ

ଆଣବିକ ଟେଷ୍ଟ ପୁଣି। ୧୩।

କାର୍ଗିଲ୍ ବିଜୟ ନୂଆ ଦିଶା ଦେଲା

ଏ ଦେଶକୁ ଦୁନିଆରେ ।

ହେ ମଉଡ ମଣି ତୁମେ ତ ଅମର

ଆମ ବିଶ୍ବ ଦରବାରେ। ୧୪।

ସୁଶାସନ ତୁମ ଜୀବନର ମନ୍ତ୍ର

ଭାରତୀୟ ପ୍ରଶାସନ ।

ନବେତମ ଜୟନ୍ତୀରେ ସୁଶାସନ

ଦିବସ କଲା ପାଳନ ।୧୫।



Rate this content
Log in

Similar oriya poem from Inspirational