STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ଗଣେଷ ଚତୁର୍ଥୀ

ଗଣେଷ ଚତୁର୍ଥୀ

1 min
7


ଫଗୁଣ ଅବିର ଧରି ଗଣେଷ ଚତୁର୍ଥୀ
ଆସିଛି ଧରାକୁ ଫେରି
ସୁନା ଦୁବ କେରି କେରି 
ଆସୁଛ ଗଣେଷ ମନ ବତୁରି ଉତୁରି 
ତଵ ନାମ ସ୍ମରଣ ସୁମରି 
ଧରାରେ ଧାରା ଶିରାବଣ
 ଭାଦ୍ରବ ଭୋଦୁଆକୁ ଦେଇ ରାଣ 
କହେ ଆସୁଛନ୍ତି ଗଜାନନ ପୁଣ 
ହେବ ଧରାରେ ଜମାଣ 
ନାସିବେ ଅରି ପୁଣି ବଇରୀ 
ଛାମୁଙ୍କୁ କରିବା ଗୁହାରି 
ତାଙ୍କ ପାଦ ପଦ୍ମ ସ୍ମରି 
ଏବେବି ପାର୍ବତୀ କହନ୍ତି ମୋ ଧନ
ବିଦ୍ୟା ଵୁଦ୍ଧି କରିବ ଧରାରେ ପ୍ରଦାନ
ଅଛି ଅଧା ଅଧୁରା ଆମ ମନ
ଆସିବକି ଗଜାନନ ଦେବ ବିଦ୍ୟା ବୁଦ୍ଧି ଧନ
ଭୋଦୁଆ ଆକାଶୁ ବରଷିବ ମେଘ ବାରି
ଗଜାନନ ତୁମ ମୂଷିକ ବାହାନ ପରି
କିଏ ହେବ ପ୍ରଭୁ ପଣେ ସରି
ଆମେ ସବୁ ମଣିଷ ଛାର ହେଉଛୁ ଝୁରି
ସୁଲଳିତ ସେଇ ପବନ କରିବ ବହନ
ସିଦ୍ଧି ଵୁଦ୍ଧି ରିଦ୍ଧି ସରି ସ୍ମରି
ହେ ଗଜନନ ପ୍ରଭୁ ଲମ୍ବୋଦର
ଆସ ଆସ ଧରା ପରେ ଅବତରି
ତୋରଣ ବାନ୍ଧି ସାତଫେରି
ରହିଛୁ ସ୍ୱାଗତ କରିବୁ ଆବାଳ ବୃଦ୍ଧ ବନିତା
ଫୁଲର ଆଞ୍ଜୁଳି ପୁଷ୍ପର ଆଞ୍ଜୁଳା ଭରି
,,,,,,,,,,,,,,,


Rate this content
Log in

Similar oriya poem from Classics