STORYMIRROR

Ramesh takri

Classics

3  

Ramesh takri

Classics

ଗଣେଶ ପୂଜା

ଗଣେଶ ପୂଜା

1 min
201

ଭାଦ୍ରବ ମାସର   ଚତୁର୍ଥ ତିଥିରେ

    ଶ୍ରୀଗଣେଶ ପୂଜା ହୁଏ

ଭକତି ଭାବରେ   ଶିକ୍ଷାନୁଷ୍ଠାନରେ

    ପୂଜା ପାଠ କରାଯାଏ ।୧।


ବିଘ୍ନ ବିନାଶକ   ହେ ପ୍ରଭୁ ଗଣେଶ

    ସର୍ବଜ୍ଞାନର ଭଣ୍ଡାର

ତବ କୃପା ବଳେ   ଅଜ୍ଞାନ ତିମିର

    ନିମିଷକେ ହୁଏ ଦୂର ।୨।


ତୁମରି ଦୟାରୁ   ଅଧମ ମୁରୁଖ

    ଲଭନ୍ତି ଜ୍ଞାନି ପଣ୍ଡିତ

ଅବାଟକୁ ଗଲେ   ଦେଖାଅ ପ୍ରଭୁ ହେ

    ସତ୍ଯ ଧର୍ମ ନ୍ଯାୟ ପଥ ।୩।


ପ୍ରତି ଶୁଭ କାର୍ଯ୍ଯେ   ଧରି ତୁମ ନାମ

    ଜପନ୍ତି ଧାର୍ମିକ ଜନ

ତୁମରି ନାମକୁ   ସୁମରଣା କରି

     ଲଭନ୍ତି ଅପାର ଜ୍ଞାନ।୪।


କଷଣ,ବିପତ୍ତି   ଯନ୍ତ୍ରଣା ଅଶାନ୍ତି

    ଅନ୍ଯାୟରୁ କର ମୁକ୍ତି

ହୃଦୟରେ ମୋର   ଭରିଦିଅ ସଦା

    ଦୟା,କ୍ଷମା, ପ୍ରେମ,ଶାନ୍ତି ।୫।


ହେ ମଙ୍ଗଳମୟ   ଦୟାଳୁ ଗଣେଶ

    ସର୍ବ ଦୁଃଖ ବିନାଶକ

ପାର୍ବତୀ ନନ୍ଦନ   ହେ କଲ୍ଯାଣମୟ

    ସୁଖ ଶାନ୍ତି ପ୍ରଦାୟକ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics