STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ଗଙ୍ଗଶିଉଳି

ଗଙ୍ଗଶିଉଳି

1 min
270


ଅଜସ୍ର ଭାବନା ଅଗଣିତ ଚିନ୍ତାରେ

କେତେ ମରିଯାଉଥିବା ଅଭିମାନ

କେତେ ନିରୁଦ୍ଦିଷ୍ଟ ହେଉଥିବା ସମ୍ମାନ

ବଞ୍ଚିଛି ମନରେ ମିଛ ଜୀବନର ଆଶା 

ଅନେକ ପାଉଛି ଅଦୃଶ୍ଯ ଅପମାନ, 

ଦୁଃଖ ତ ଅନେକ ଅଛି ତା'ର ଅସରନ୍ତି

ଅନ୍ତରରେ ଲୁହ ଥିଲେ ବି ହସିବ

ରକ୍ତ ଝରିଲେ ନିଜେ ସେ ପୋଛିବ

ଶବ ହୋଇଗଲାପରେ ମଧ୍ଯ ବଞ୍ଚିବ

ସେ ଗଙ୍ଗଶିଉଳି ବାସି ହେଲେ ବି ବାସିବ, 


ଏ ଅଧା ବୟସେ ଜୀବନର ଅଗଣିତ ଅଶାନ୍ତି

ମୁର୍ଖ ପରି ଖୋଜିବୁଲେ ସବୁଠି ପ୍ରଶାନ୍ତି

ଦୁନିଆରୁ ଫେରିବାର ପଥ ଦିଶେ ନାହିଁ

ଏବେ କାନ୍ଦିଲେ ବି ଆଉ ଆଖି ଭିଜୁନାହିଁ

ନା ଜିଇଁବାର ଇଛା ନା ମରିବାକୁ ଅଛି ଶକ୍ତି, 

ଦିନେ ପଥରରୁ ଝରିବ ଅନେକ ଲୁହ

ମୁକ ବି ଚିତ୍କାର କରି ବହୁତ କାନ୍ଦିବ

ଦୁନିଆ ଛାଡ଼ିଲେ ବି ସଦା ଦୁନିଆରେ ଥିବ

ସେ ଗଙ୍ଗଶିଉଳି ବାସି ହେଲେ ବି ବାସିବ, 


ସାଧାରଣ ଗୁଣେ, ଦୋଷେ ଗଠିତ ଶରୀର

ସେ ନୁହେଁ ରୁଷି, ସାଧୁ ଅବା ସନ୍ୟାସୀ

ତା' ଭିତରେ ଭରିଛି ତା' ନିଜର ଯନ୍ତ୍ରଣା ବିଷ

ଲୁଚି ରହିଛି ମନରେ କେତେ ଅଦମ୍ୟ ସାହସ

ମାଟି କାନ୍ଦେ ବୋଲି ନିଜ ଉପରେ ତା'ର ଅବିଶ୍ବାସ, 

ତାକୁ ହତ୍ଯା କଲେ ତା' ଜୀବନ ଶୀର୍ଷ

ବିଚାର ବିବେକ ଅଛି ସେ ନିଜେ ମରିବନି

ତା'ର ବିଦାୟରେ ଜାଣେ କେହି କାନ୍ଦିବେନି

ଅନେକ ସ୍ଥିର ହୋଇ ଦେଖିବେ ଜୀଅନ୍ତା ଶବ

ସେ ଗଙ୍ଗଶିଉଳି ବାସି ହେଲେ ବି ବାସିବ, 


ସେ ମାଟିରେ ପଡ଼ିଥାଉ ତାକୁ ଉଠାଅନି

ଗୋଟେଇ ଦେଇ ପୁଣି ତାକୁ ଫୋଫାଡ଼ିଦିଅନି

ପ୍ରାଣ ଶୁଖି ଗଲେ ତାକୁ ନିଶ୍ଚେ ଜାଳିଦେବ

ତା' ସୁବାସିତ ମହକକୁ କେବେ ନିନ୍ଦିବନି

ତାକୁ ମନରେ ବେଶୀଦିନ ରଖିବନି,

ତା'ର ଶରୀରର ରଙ୍ଗ ଚରିତ୍ର ନୁହେଁ

ତା' କାହାଣୀ ନିଶ୍ଚିତ ତୁମେ ଦିନେ ପଢିବ

ହସର ରାଜା ହୋଇଥିଲେ ବି ବହୁତ କାନ୍ଦିବ

ପହଁରା ଶିଖିସାରି ଯିବ ତା'ର ଶବ୍ଦନଦୀକୁ

ନ ହେଲେ ତା' ଲୁହର ନଦୀରେ ଭାସିଯିବ

ସେ ଗଙ୍ଗଶିଉଳି ବାସି ହେଲେ ବି ବାସିବ। 



साहित्याला गुण द्या
लॉग इन

Similar oriya poem from Abstract