Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Panchanan Jena

Romance

3  

Panchanan Jena

Romance

ଗଳାହାରା

ଗଳାହାରା

2 mins
237


ସତ କହୁଛି ମୁଁ

ତ୍ରିବାର ସତ୍ୟ କରି କହୁଛି ମୁଁ

ଶଙ୍ଖରେ ପାଣି ଧରି କହୁଛି ମୁଁ

ପ୍ରତି ଦେବ ଆର୍ଯ୍ୟପୁତ୍ର ସବୁ

 ବାହାପିଆ ମିଛୁଆ ମରଦ

କେବେ ବୁଝନ୍ତି ନାହିଁ ମନ କନ୍ଦରେ

 ଦୃଦୟେ ସାଇତା ଦରଦ ।


କୁହନ୍ତି , ବେଶି ହେଉଛୁ ଗାରୁ ଗାରୁ

   ଛିଦ୍ର ଖୋଜୁଥା ବସି

 କେଉଁ ଦିନ ଘର ଛାଡ଼ି ପଳେଇବି

  ଲୁହ ଶୁଖିଯିବ ଗାଲରେ ଆସି 

ଆଉ ଗୋଟେ କ୍ଷଣ ବି ଆମ ବିନା

ରହିପାରନ୍ତିନି ଡାକ ପକାନ୍ତି ବସି ।

ସତ କହୁଛି ମୁଁ----- ୧


କୁହନ୍ତି , ଦିନସାରା ଫୋନରେ ବୁଡି ରହୁଛ

ଆଣୁଛି ନୋକିଆ ବାରଶହ ବାଲା

ପୁଅକୁ ଦିଅ ଅନଲାଇନ ପାଠ ପଢିବ

ସବୁ ମସ୍ତି ମଉଜ ସାହାଣ ମେଲା

କିନ୍ତୁ ଲେଟେଷ୍ଟ ସାମସଙ୍ଗ ସିରିଜର

ଆଣି ଆସନ୍ତି ଚୁପ୍ ଚାପ ।

ସତ କହୁଛି ମୁଁ ------୨


କୁହନ୍ତି, ମାଂସ ଝୋଳ ନା ନାଲିଆ ପାଣି

ମାଛ ଭଜା କଞ୍ଚା କଞ୍ଚା ଆଇଁଷା

ସନ୍ତୁଳା ଡାଲମାରେ ଲୁଣ ପଡ଼ିନି

ସବୁ ଲାଗୁଛି ପିତା କଷା

କିନ୍ତୁ , ନିମନ୍ତ୍ରଣ ବ୍ରତ ଭୋଜି ଛାଡି

ଘର ଖାଦ୍ୟ ଖାଇ ବସନ୍ତି

ହାତରୁ କୁଆଡେ ମହୁ ଝରେ

 ଆଙ୍ଗୁଳି ଚାଟି ମୁରୁକି ଥାନ୍ତି ।

ସତ ମୁଁ କହୁଛି ----୩


କୁହନ୍ତି, ଆମମାନଙ୍କର ଇଚ୍ଛା ଓ ଖୁସିର ପର କାଟିବାକୁ ପଡିବ

ଖର୍ଚ୍ଚ କାଟ କଇଁଚି ଧରିବାକୁ ହେବ

ଶାଢୀ କିଣା ଏସନ ନ ହେଉ

ବୁଢ଼ା ଯାହା ଦଶ କୋଡ଼ିଏ ଦେବେ ରଜ ସାବିତ୍ରୀ

ପ୍ରଥମାଷ୍ଟମୀ ସମୟରେ 

ଯୋଡ଼ା ଯୋଡି ଏ ବର୍ଷ ନ ହେଉ

ଡ୍ରେସ୍ ଚୁଡିଦାର ନାଇଟିରେ ଘରେ ରହୁଛ

 କରେ।ନା କାଳରେ

ସପିଙ୍ଗ ମଲ ବି ବନ୍ଦ ପଡିଛି

କିନ୍ତୁ ମାର୍କେଟ ବିଲଡିଙ୍ଗ ଗଲେ ଆମ ମନ ମୁତାବକ ଜିନିଷ ନ କିଣିବା ଯାଏଁ ଲାଗି ରୁହନ୍ତି ।

ସତ ମୁଁ କହୁଛି ----୪


କୁହନ୍ତି , କିଛି ଜାଣିନେ ଆମେ ଦେଶ ଦୁନିଆର ଖବର ନଜର

ନିଜ ଭୁଲ ପାଇଁ ପୌରୁଷପଣ 

ହାର ମାନିବାକୁ ବାଧ୍ୟ୍ୟ କରନ୍ତି ବାରବାର

କିନ୍ତୁ ତାଙ୍କ ପଥୁରିଆ ହୃଦୟ ବି ତରଳିଯାଏ ଦେଖି ଆମ ତ୍ୟାଗ ଓ ସେବା ମଝିରେ ଥମ୍ ଥମ୍ ଅଶ୍ରୁଧାର ।

ସତ ମୁଁ କହୁଛି ---୫


କୁହନ୍ତି, ଅଫିସରେ ଅଳକାନନ୍ଦା ସୁନ୍ଦରୀ ମ୍ୟାଡ଼ାମ କହି ଚିଡାନ୍ତି

ତାଙ୍କ ମହମହ ଦେହ ଭୂଗୋଳ

ଚମକ ଜମକ କହି ପରଖନ୍ତି

କିନ୍ତୁ ମୁଁହରେ ଆମ ଛବି ଦିଶୁଥାଏ

ଯେବେ କଥା ମଝିରେ ସ୍ମିତହସି ଦିଅନ୍ତି ।

ସତ ମୁଁ କହୁଛି ----୬


କୁହନ୍ତି, ଛାତିଫଟା କଥା ବଡ଼ କଠୋର ଦିଶନ୍ତି

ଜିତି ଯାଆନ୍ତି ସବୁ ଯୁଦ୍ଧରେ ଦବେଇ ଦିଅନ୍ତି

କିନ୍ତୁ ରାତ୍ରୀର କୋଳରେ ମଧୁ ଯାମିନୀ

ପ୍ରୀତି ପଲଙ୍କେ ପ୍ରେମନାଗରମଣୀ

ଜାଣି ଜାଣି ହାରି ଯାଆନ୍ତି

 ତନୁ ମନ ଯୌବନର ସଂପୂର୍ଣ୍ଣ ସର୍ବାଙ୍ଗ ସମର୍ପଣ କାଣିଚାଏ ପାଇଁ ।

ସତ ମୁଁ କହୁଛି ----୭


କୁହନ୍ତି, ଦରବୁଢ଼ୀ ଆମକୁ ଯୌବନର ଅର୍ଦ୍ଧ ପାଵଚ୍ଛରେ

ରଙ୍ଗେଇ ନାନୀ ଆମକୁ ମେହେନ୍ଦୀରେ କେଶ କଳା ବେଳରେ

କିନ୍ତୁ, ବୁଢୀ ବୟସରେ କମର ନଇଁଗଲେ ସୁନ୍ଦରୀ ରୂପସୀ ତାରକସି

କେତେ ଉପମା ଉପସର୍ଗ ଦେଇ

ରୁଗଣା ଦୁର୍ବଳ ମୁଁହରେ

ଚେନାଏ ପତଳା ହସ ଧାର

ପାଇଁ ହସି ହସି ପାଖେ ବସି ।

ସତ କହୁଛି ମୁଁ---୮


ତ୍ରିବାର ସତ୍ୟ କରି କହୁଛି ମୁଁ

ଶଙ୍ଖରେ ପାଣି ଧରି କହୁଛି ମୁଁ

ପତି ପରମେଶ୍ଵର ପ୍ରଜାତି 

ସବୁ ଗୋଟିଏ ଭାଡିର ପାରା

ଏକ ନମ୍ବର ନୁହଁ ଦଶ ନମ୍ବରୀ ମିଛୁଆ 

ହେଲେ ବି ଆମ ଗଳାହାରା ।



Rate this content
Log in

More oriya poem from Panchanan Jena

Similar oriya poem from Romance