STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଗଜ ଉଦ୍ଧାରଣ ବେଶ

ଗଜ ଉଦ୍ଧାରଣ ବେଶ

1 min
304


 ଗଜ ଉଦ୍ଧାରଣ ତୁମେ କରିଥିଲ ହରି

 ଆସିଥିଲ ଚତୁର୍ଭୁଜ ରୂପକୁ ଧରି

ମାଘ ପୂର୍ଣିମାରେ ତୁମ ଏ ବେଶ ହୋଇଲା

ଗଜରାଜ ତୁମକୁ ଡାକ ଦେଇଥିଲା

କୁମ୍ଭୀର ଯେବେ ଗଜ ପାଦ ଧରିଲା

ଅନ୍ତରୁ ଗଜ ରାଜ ତୁମକୁ ଭଜିଲା।


ଭକ୍ତ ପାଇଁ ତୁମେ ନିଜ ଧାମ ଛାଡି

        ଆସିଥିଲ ତୁମେ ନକରି ଡେରି

କୁମ୍ଭୀର ମସ୍ତକ ତୁମେ ହିଁ କାଟିଲ

         ହାତେ ତୁମର ଚକ୍ରକୁ ଧରି।


ଯେବେ ଗଜରାଜ ତୁମ ଧାମେ ଗଲା

ସେଇ କୁମ୍ଭୀରକୁ ତୁମ ପାଖରେ ଦେଖିଲା

କୁମ୍ଭୀରକୁ ଦେଖି ଭୟଭୀତ ହେଲା

ଭୟ ଛାଡ଼ କୁମ୍ଭୀର ଗଜକୁ କହିଲା।


ତୁମେ ଗଜରାଜ ଭକ୍ତ ମୁହିଁ ଜାଣିଥିଲି

      ତୁମ ପାଦକୁ ଜଳେ ଥିଲି ଧରି

ତୁମ ଆଗରୁ ମୁହିଁ ଭବରୁ ତରିଲି

        ହରି କରିଲେ ମୋତେ ପାରି।


Rate this content
Log in

Similar oriya poem from Inspirational