STORYMIRROR

RAJANI KANTA SAHU

Abstract Drama Classics

3  

RAJANI KANTA SAHU

Abstract Drama Classics

ଘୁଙ୍ଗୁର ର ସ୍ୱର

ଘୁଙ୍ଗୁର ର ସ୍ୱର

1 min
27

ଏବେ ସେ ଘୁଙ୍ଗୁରର ସ୍ଵରରେ 

ସମସ୍ତ ଦୁନିଆ ବିଲୀନ 

ପ୍ରାତିଟି ଶବ୍ଦରେ ଫୁଟି ଉଠେ ସଙ୍ଗୀତ

ପ୍ରାତିଟି କରIଘାତରେ ସୃଷ୍ଟି ହୁଏ ଝଙ୍କାର 

ଭରିଯାଏ ଚତୁର୍ଦିଗେ ସମସ୍ତ 

ଘୁଙ୍ଗୁରର ମଧୁର ଧ୍ୱନି

ଶିରା ପ୍ରଶିରା ଦେଇ ପ୍ରବାହିତ ହେଇଯାଏ 

ପାଦରୁ ମସ୍ତିଷ୍କ ପର୍ଯ୍ୟନ୍ତ 

ଶିହରି ଯାଏ ପ୍ରତ୍ୟେକଟି ଲୋମ କୂପ II

ଯେପରି ସୃଷ୍ଟି ଏଠି ଅଜସ୍ର ଲହରି

ଅଶାନ୍ତ ସାଗରର 

ଯେପରି ଗାଇଯାନ୍ତି ବାଳୁଙ୍ଗା 

ପବନରେ ମତୁଆଲା ବିହଙ୍ଗଗଣ ,

ଯେପରି ଝରି ଯାନ୍ତି ପ୍ରତିଟି 

ଘୁଙ୍ଗୁରରେ ଅସୁମାରି ଶେଫାଳି 

ଯେପରି ଜୀବିତ ହୋଇ ଉଠନ୍ତି 

ଘୁଙ୍ଗୁରର ପ୍ରାତିଟି ଶବ୍ଦରେ 

ମନ୍ଦିର ଗର୍ତ୍ତର ନିର୍ଜୀବ ନର୍ତ୍ତକୀ ଗଣ II

ଖେଳିଯାଏ ପ୍ରାତିଟି ମୁହଁରେ 

ଲୁକ୍କାୟିତ ଉନ୍ମାଦନା 

ଝଲସି ଉଠେ ଆଖି ମାନଙ୍କ 

କନ୍ଦର ସୂର୍ଯ୍ୟ ନକ୍ଷ୍ଯେତ୍ର ଗଣ II    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract