STORYMIRROR

RAJANI KANTA SAHU

Abstract Drama Classics

3  

RAJANI KANTA SAHU

Abstract Drama Classics

ଘୁଙ୍ଗୁର ର ସ୍ୱର

ଘୁଙ୍ଗୁର ର ସ୍ୱର

1 min
3

ଏବେ ସେ ଘୁଙ୍ଗୁରର ସ୍ଵରରେ 

ସମସ୍ତ ଦୁନିଆ ବିଲୀନ 

ପ୍ରାତିଟି ଶବ୍ଦରେ ଫୁଟି ଉଠେ ସଙ୍ଗୀତ

ପ୍ରାତିଟି କରIଘାତରେ ସୃଷ୍ଟି ହୁଏ ଝଙ୍କାର 

ଭରିଯାଏ ଚତୁର୍ଦିଗେ ସମସ୍ତ 

ଘୁଙ୍ଗୁରର ମଧୁର ଧ୍ୱନି

ଶିରା ପ୍ରଶିରା ଦେଇ ପ୍ରବାହିତ ହେଇଯାଏ 

ପାଦରୁ ମସ୍ତିଷ୍କ ପର୍ଯ୍ୟନ୍ତ 

ଶିହରି ଯାଏ ପ୍ରତ୍ୟେକଟି ଲୋମ କୂପ II

ଯେପରି ସୃଷ୍ଟି ଏଠି ଅଜସ୍ର ଲହରି

ଅଶାନ୍ତ ସାଗରର 

ଯେପରି ଗାଇଯାନ୍ତି ବାଳୁଙ୍ଗା 

ପବନରେ ମତୁଆଲା ବିହଙ୍ଗଗଣ ,

ଯେପରି ଝରି ଯାନ୍ତି ପ୍ରତିଟି 

ଘୁଙ୍ଗୁରରେ ଅସୁମାରି ଶେଫାଳି 

ଯେପରି ଜୀବିତ ହୋଇ ଉଠନ୍ତି 

ଘୁଙ୍ଗୁରର ପ୍ରାତିଟି ଶବ୍ଦରେ 

ମନ୍ଦିର ଗର୍ତ୍ତର ନିର୍ଜୀବ ନର୍ତ୍ତକୀ ଗଣ II

ଖେଳିଯାଏ ପ୍ରାତିଟି ମୁହଁରେ 

ଲୁକ୍କାୟିତ ଉନ୍ମାଦନା 

ଝଲସି ଉଠେ ଆଖି ମାନଙ୍କ 

କନ୍ଦର ସୂର୍ଯ୍ୟ ନକ୍ଷ୍ଯେତ୍ର ଗଣ II    


Rate this content
Log in

Similar oriya poem from Abstract