ଘରର ଘରଣୀ ମୋ ମାଲିକାଣି
ଘରର ଘରଣୀ ମୋ ମାଲିକାଣି
ଘରର ଘରଣୀ ମୋର ମାଲିକାଣି
ଗରଗର ହୁଏ ଖାଲି
ଭୁଲ ହେଲେ ଟିକେ ନିରିଖେଇ ଦେଖେ
ପର୍ସ ବ୍ୟାଗ ମୋର ଖୋଲି ।
କାଗଜ କଲମ ଧରେ ଯେବେ ମନ
ସନ୍ଦେହ ଦୃଷ୍ଟିରେ ଚାହେଁ
ପେରେମ ପତର ଲେଖନ୍ତି ପତି ବର
ବରବର ହେଉଥାଏ ।
ସୁଆଁ ପାଉଣ୍ଡର ଡେ଼ଲି ଦରକାର
ମାଖି ହୁଏ ସବୁ ଦିନ
ଫେୟାର ଲଭଲି ଯଦି ଭୁଲି ଗଲି
ଦିନରେ ଦେଖାଏ ଜହ୍ନ ।
କିମିଆଁ କଲାକି ସେହି କବିତାଟି
କାହା ଘର ଝିଅ ସିଏ
ରାତି ହେଲେ ପୁଣି ଗୋଡ଼କୁ କଚାଡି
ଉଠ ବସ କରୁଥାଏ ।
ଯେତେବି କହିଲେ ପ୍ରିୟତମା ମୋର
ସବୁଠୁ ଅଧିକ ସୁନ୍ଦର
ରାଗ ରୋଷ କଲେ ମନକୁ ମାରିଲେ
ଗାଏ ଗୀତ ପସନ୍ଦର ।
