STORYMIRROR

srikant behera

Others

3  

srikant behera

Others

ପ୍ରକୃତି

ପ୍ରକୃତି

1 min
189

ହେ ପ୍ରକୃତି

କେବେ ତୁମେ ଶୀତଳର ଛାୟା,

କେବେ ତୁମେ କୋହ ଭରା କଣ୍ଠରେ

କୋଇଲି ର କୁହୁକୁହୁ,

ଆଉ କେବେ ତମେ ହଜି ଯାଅ

ବାଟୋଇର ହୃଦୟ ରେ ।


ହେ ପ୍ରକୃତି

କେବେ ତୁମେ ନଈର ସୁଅରେ,

କେବେ ତୁମେ ଝରଣାର କୋଳେ

ପାହାଡ଼ରୁ ଚିରି ବାହାରିଅଛ,

ଆଉ କେବେ ତମେ ସ୍ମୃତି ହେଇ

ରହିଯାଅ ମନରେ ।


ହେ ପ୍ରକୃତି

କେବେ ତୁମେ ବିରହିଣୀ ମାୟା,

କେବେ ତୁମେ ଖୋଲା ଆକାଶେ

ଜହ୍ନର ସୁନେଲି ଜ୍ୟୋସ୍ନା,

ଆଉ କେବେ ତୁମେ ମଣିଷ ହାତରେ

ସଜାଇ ନିଜ ପଣତରେ ।


କିଛି କିଛି ସୁନ୍ଦର ହୃଦୟ ଭରା

ଲୋକଙ୍କ ପାଇଁ ଏଇ ପ୍ରକୃତି ହସୁଛି

ଏବଂ ଆଗକୁ ଟିକି ପିଲା ପରି

ମୁରୁକି ମୁରୁକି ହସିବ ।


Rate this content
Log in