STORYMIRROR

srikant behera

Others

3  

srikant behera

Others

କାକା ମିହିର

କାକା ମିହିର

1 min
209

ମାଘ ମାସ ବାରେ ଜନମ ତୁମର

   ହୃଦୟ ବାନ ମିହିର

ସରସ୍ବତୀ ମାଆ  ବିଜେ କରିଥିଲେ

   ସୁନା ଥିଲ ଓଡିଶାର |


ତୁମ ଜାଗା କେହି ନେଇ ନେବେ ନାହିଁ

     ନାଁ ତୁମରି ଅଭିନୟ

ଓଡିଶା ବାସୀଙ୍କ  ହୃଦୟ ଭିତରେ

    କଳା ଜାଇ ମୁନ୍ଦା ମୁହଁ |


କନ୍ଦାଉ ଥିଲ ନିଜେ କାନ୍ଦୁଥିଲ

   ପୁଣି ଉଠି ହସୁଥିଲ

ନିପୁଣତା କଳା ଅଭିନୟ ଦେଖି

  କାକା ନାମେ ଚାଲିଗଲ |


ସୁନ୍ଦର ଦିନର ଶୁଭେଚ୍ଛା ତୁମକୁ

   ଆଣ୍ଠୁ ମାଡି ନମସ୍କାର

ଆର ଜନମକୁ କାକା ହୋଇ ପୁଣି

   ଆମ ପାଖକୁ ଫେର |


Rate this content
Log in