srikant behera

Others

4.0  

srikant behera

Others

ମହାମାନ୍ୟ ପଦ୍ମଶ୍ରୀ ନନ୍ଦ ସାର

ମହାମାନ୍ୟ ପଦ୍ମଶ୍ରୀ ନନ୍ଦ ସାର

1 min
222


ଯାଜପୁର ମଣି ହସ ଦେଇ ପୁଣି

  ଚାଲି ଗଲେ ଆର ପାରି

ପାକୁଆ ପାଟିରେ ସୁନ୍ଦର ମନରେ

  ପାଠ ଦେଉଥିଲେ ଭରି |1


ନଥିଲା ଗରବ  କୋଳରେ ସରାଗ

   ପଡୁଥିଲା ନିତି ଝରି

କୁନି କୁନି ଓଠେ କୋମଳ ସେ ହସ୍ତେ

  ଦେଉଥିଲେ ଜହ୍ନ କରି |2


ସେନେହ ଅଜାଡି ନିଜେ ପଡି ଝଡି

  କଲେ ସଭିଙ୍କୁ ମଣିଷ

ଆଖି ବୁଜି ଦେଇ  ହୋଇ ଏକ ନଈ

  ମେଣ୍ଟେଇବେ ସବୁ ଶୋଷ |3


ଓଡିଶାର ଟେକ  ଭାରତ ଗୌରବ

  ତାଙ୍କ ପାଇଁ ହେଲା ଭରା 

ଜନମ ଜନମ  କୋଟି ମହା ମାନ୍ୟ

  ସେହି ଆମ ନନ୍ଦ ହୀରା |4



Rate this content
Log in