STORYMIRROR

srikant behera

Others

3  

srikant behera

Others

ହେ ମିହିର

ହେ ମିହିର

1 min
137

ହେ ମିହିର କାଇଁ ଚାଲିଗଲ

      ଚଳଚ୍ଚିତ୍ର ଜଗତ ଛାଡି,

ସବୁ ଦର୍ଶକଙ୍କ ମନ କିଣିଥିଲ

      ଥିଲ ସଭିଙ୍କ ଆଶା ବାଡ଼ି |


ତମ ଅଭିନୟ ଦେଖି ଏ ଓଡିଶା

       ତାଳି ଗାଳି ଦଉଥିଲା,

ଆଖିର ଲୋତକେ ଥିଲାତ ସହସା

       ଚିତା ଉଠି ଦେଖୁଥିଲା |


ସ୍ଥାନ ତୁମ କେହି ପାରିବେନି ନେଇ

        ଜାଗା ଖାଲି ପଡ଼ିଥିବ,

ଓଡ଼ିଆ ଜଗତ ଅମର କହି କହି

        ଅଶ୍ରୁ ପରା ଢାଳୁଥିବ |


ହେ ମହାମନ୍ୟ ଓଡିଶା ଗୌରବ

        ଆର ଜନ୍ମେ ଆସ ଫେରି,

ଏ ସାରା ଓଡିଶା ସ୍ୱାଗତ କରିବ

       ତୁମ କଳା ରୂପ ଧରି|


Rate this content
Log in