STORYMIRROR

srikant behera

Others

3  

srikant behera

Others

ଅମର ରହିବେ

ଅମର ରହିବେ

1 min
174


ଅମର ରହିବେ  କାଳଜୟୀ ହେବେ

    ଓଡିଶାର କିଛି ରତ୍ନ,

ସଭିଙ୍କୁ କନ୍ଦାଇ   ଦୁଃଖ ସବୁ ନେଇ

    ଜିତିଥିଲେ ମହି ମନ ।1


ଦିନ ରାତି କିଛି   ଝାଳ ନାଳ ପୋଛି

     କରୁଥିଲେ ଅଭିନୟ,

ଝଡ଼ ଝଞ୍ଜା ସହି   ଓଠେ ହସ ନେଇ

     ଦୂର କରୁଥିଲେ ଭୟ ।2


ଚଳଚ୍ଚିତ୍ର ସାରା   ହସର ପସରା

    ବୁଣି ହେଇ ଯାଉଥିଲା,

ଅଭିନେତା ହୋଇ ଗରବ ନଥୋଇ

   ଦର୍ଶକ ଗାଳି ଶୁଣୁଥିଲା ।3


ତାଳି ହେଲେ ଭଲ  ଗାଳି ଅମୁଲ ମୁଲ

    ସହୁ ଥିଲେ ସବୁ କିଛି,

ଲୁହର ବର୍ଷାରେ   ଖୁସିର ଓଦାରେ

    ଯାଉଥିଲେ ସିଏ ହଜି ।4


ଆଜି କାଳଜୟୀ   ଓଡିଶା ବିଜୟୀ

    ରତ୍ନ ହୋଇ ଚାଲିଗଲେ,

ସେ ଜାଗା ପୁରୁଣ  ତାଙ୍କରି ଚରଣ 

    ବାସୁଥିବ ମଲ୍ଲୀ ଫୁଲେ।5



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍