କୁମ୍ଭାର
କୁମ୍ଭାର
1 min
146
ଶୁଭୁନାହିଁ ଆଉ ସ୍ୱର ଢାଉଁ ଢାଉଁ
କୁମ୍ଭାରର ଚକ ଶାଳେ
ଛିଣ୍ଡା ଲୁଙ୍ଗି ପିନ୍ଧି ପଗଡିକୁ ବାନ୍ଧି
ଦେହ ଭିଜୁଥିଲା ଝାଳେ |1
ଘର ପଛ ପଟେ କଣିଜାଳ କେତେ
ଥୁଆ ହେଉଥିଲା ରହି
ତା ସଙ୍ଗେ ସଜା ଉଆ ଗୁମ୍ଫା ବଜା
କୁମ୍ଭାର ସେନେହ ମହି |2
ଠେକି ସରା ଦୀପ ଅଜା ବୁଢ଼ା ଗପ
ମନ ଖୁସି କରୁଥିଲା
ମାଠିଆ ସଙ୍ଗକୁ ଧରି ସେ ହାଣ୍ଡିକୁ
ଗାଆଁ ଗଣ୍ଡା ବିକୁଥିଲା |3
ପୁରୀର ଅବଢ଼ା ହେଉଅଛି ବଢ଼ା
ମାଟିର ପାତର ଗଲେ
ସୁନ୍ଦର ଲାଗଇ କାଳିଆକୁ ଦେଇ
ଲାଗିଛି କଳା ଗାଲେ |4
ତଥାପି କୁମ୍ଭାର ଏଇ ଜଗତର
ପ୍ରଥମ ପାତର ଗଢେ
ସାରା ଦୁନିଆରେ କହୁଅଛି ବାରେ
ମାଟିର ମମତା ବଢେ |5
