ପ୍ରଥମାଷ୍ଟମୀ
ପ୍ରଥମାଷ୍ଟମୀ
1 min
421
ଦୁଇ ବାହୁ ମେଲି ହସ ଖିଲି ଖିଲି
ବସି ଅଛି ରତ୍ନ ଖଟେ
ସୁଖରେ ଦୁଃଖରେ ସବୁ ସମୟ ରେ
ରହି ଥାଏ ସବୁ ପଥେ ।
ଭାଇ ସଙ୍ଗେ ଆଜି ଆନନ୍ଦରେ ଭଜି
ବୁଲୁଥିବେ ଗାଆଁ ଦାଣ୍ଡେ
ଏଣ୍ଡୁରି ରେ ଥଳି ଯାଉଥିବ ପୁରି
ପଗଡି ଥିବଟି ମୁଣ୍ଡେ ।
ସୁଭଦ୍ରା ଭଉଣୀ ଭାଇଙ୍କର ମଣି
ହସୁଥାଏ ସବୁବେଳେ
ହାତଯେ ନଥାଉ ଗୋଡ଼ବି ନଥାଉ
ରହିଥାଏ ଦୁଇ କୋଳେ ।
ଆଜିର ଦିନରେ ପବିତ୍ର ମନରେ
ଡାକହେ ଜଗା କାଳିଆ
ଦୁଃଖ ହରି ନେବେ ପାପ ଧୋଇ ଦେବେ
ସଙ୍ଗେ ଅଛନ୍ତି ବଳିଆ ।