STORYMIRROR

Sunanda Mohanty

Abstract Thriller Children

3  

Sunanda Mohanty

Abstract Thriller Children

ଘରକିଣା

ଘରକିଣା

3 mins
157

ଜୀବନସାରା ନକୁଳ ବାବୁ ନିଜ ସଞ୍ଚିତ ପ୍ରୋଭିଡେଣ୍ଟ ଫଣ୍ଡରୁ ପଇସା ଆଣି ପୁଅକୁ ଡାକ୍ତର କଲେ ହେଲେ ଅବସର ପରେ ମିଳିଥିବା ଗ୍ରାଟୁଇଟିଟଙ୍କାରେ ଜାହି ତାହି ଘର ଖଣ୍ଡେ କରି ପାରିବେ ବୋଲି ଭାବିଥିଲେ ଯେ ସେହି ଟଙ୍କାରେ ଝିଅ ବାହାଘର କରିବାକୁ ବାଧ୍ୟ ହେଲେ. ସ୍ତ୍ରୀ, ସୁମତି ସବୁବେଳେ କହୁଥିଲେ, ପୁଅତ ଡାକ୍ତର ହେଲାଣି ତାକୁ କୁହ ସେ ପଇସା ଦଉ ଭଉଣୀ ବାହାଘର କରିବା ହେଲେ ନକୁଳ ବାବୁ ନାହିଁ କରିଥିଲେ କହିଥିଲେ ପୁଅ ଭାବିବ ମତେ ପାଠ ପଢ଼େଇ ମଣିଷ କରିବାରେ ତୁମର ସ୍ୱାର୍ଥ ନିହିତ ଥିଲା. ଝିଅର ଦାଇତ୍ୱ ଆମର ତେଣୁ ଆମେ ତାକୁ ବାହାଦେବା ଉଚିତ. ତା ପରେ ପରେ ପୁଅ ଜଣେ ଡାକ୍ତର ଝିଅକୁ ବିବାହ କରିବା ପ୍ରସ୍ତାବକୁ ମଧ୍ୟ ମାନିନେଇଥିଲେ ନକୁଳବାବୁ . ସ୍ତ୍ରୀ ଅଖଣ୍ଡ ଦୀପ ଜାଳୁଥିଲେ, ଏଥର ପୁଅ ବୋହୁ ଡାକ୍ତର ଡାକ୍ତରାଣୀ ହେଲେଣି, ସ୍ୱାମୀଙ୍କ ସ୍ବପ୍ନ ସତ ହେବ ନିଶ୍ଚୟ. ପୁଅ ଆଜି ନହେଲେ କାଲି ଘର କିଣିଦେଵ ବାପା ମାଆଙ୍କ ପାଇଁ. ନକୁଳବାବୁ ସେତେବେଳକୁ ଗାଁ ଚାଳ ଘରଟିକୁ ମଝିରେ ଆଜବେଷ୍ଟସ ଘର କରିଥିବା ଘରଟିରେ ଛାତ ପକେଇ ଗାଁରେ ରହିବା ଚିନ୍ତା କରୁଥିଲା ବେଳେ ନିଅଣ୍ଟ ଭରଣାକୁ ପୁଅ ବୋହୁଙ୍କ ପାଖେ ହାତ ପାତି ନଥିଲେ ବରଂ ଠିକ ସେତିକି ବେଳେ ପୁଅ ଏକ ଆପାର୍ଟମେଣ୍ଟର ଦ୍ବିତଳ ପ୍ରସାଦରେ ଥ୍ରୀ ବିଏଚକେ ଘର ଟିଏ ଦେଢକୋଟି ବିନିମୟରେ କିଣିବା କଥା ମାଆଙ୍କୁ ଫରକ ପକେଇଥିଲେ ମଧ୍ୟ ବାପାଙ୍କୁ ଫରକ ପକେଇନଥିଲା. ନକୁଳବାବୁ ଆଶା ନରଖି ନିଜ କର୍ତ୍ତବ୍ୟ କର୍ମ ଉପରେ ପ୍ରାଧାନ୍ୟ ଦେଲାବେଳେ ସ୍ତ୍ରୀ, ସୁମତିଙ୍କର ଆଶାର ଶୋଷ ବଢୁଥିଲା କର୍ତ୍ତବ୍ୟ ବଦଳରେ ପୁଅଠୁ କିଛି କର୍ତ୍ତବ୍ୟ ପାଇବାକୁ. ନକୁଳ ବାବୁ ବୁଝାନ୍ତି. କାମନା ଦୁଃଖର କାରଣ. କାମନାର ତୃଷା କେବେ ମେଣ୍ଟିବ ନାହିଁ ସୁମତି. ଏମିତିରେ ଶାଗ ଭାତ ଖାଇ ଶାନ୍ତିରେ ଗାଁରେ ରହିବାକୁ ତୁମର ଯଦି ଇଛା ନୁହେଁ ତୁମେ ବରଂ କିଛି ଦିନ ପୁଅ ପାଖରୁ ବୁଲି ଆସ, ମନ ପରିବର୍ତ୍ତନ ହୋଇ ଶାନ୍ତି ଲାଗିବ ।

   ସୁମତି ପୁଅ ସହ ଯିବା ପୂର୍ବରୁ ନକୁଳ ବାବୁ ଫୋନଟିଏ କିଣି ସୁମତିଙ୍କୁ ଦେଇଥିଲେ. ସୁମତି ମୁହଁ ମୋଡି କହିଥିଲେ ମୋର ନିଜର ଫୋନ କଣ ହେବ? ମୋ ପୁଅ ଘରେ କଣ ନଥିବ ଯେ ମୋର ଏ ଫୋନ କି କାମରେ ଆସିବ. ତଥାପି ନକୁଳବାବୁ ଫୋନଟି ଜବରଦସ୍ତ ଦେଇଥିଲେ ସୁମତିଙ୍କୁ. ସତକୁ ସତ ପୁଅ ଘରେ ସବୁ ଥିଲେ ବି କୋଉଟାରେ ସୁମତିଙ୍କର ଅଧିକାର ନଥିଲା. ଏତେ ସବୁ ଭିତରେ ବୋହୁ ଯେବେ କହୁଥିଲା ବାପାଙ୍କ ପେନସନ କଣ ହେଉଛି ମାଆ? ଗାଁରେ ତ ଧାନ, ଚାଉଳ,ମୁଗ,ବିରି,ମାଣ୍ଡିଆ, କୋଳଥ ଇତ୍ୟାଦି ସବୁ ମିଳୁଛି.ବାଡ଼ି ବଗିଚାରୁ ମଧ୍ୟ ପନିପରିବା ଋତୁ ଅନୁଯାଇ ଫଳ ଫୁଲ ଇତ୍ୟାଦି ମିଳୁଛି. ଗ୍ୟାସ ନଜାଳି ଚୁଲି ରୋଷେଇ ପାଇଁ କାଠ ମଧ୍ୟ ବାରି ଘରୁ ମିଳିଯାଉଛି ତ ବାପାଙ୍କ ପେନସନ ଯାଉଛି କୁଆଡେ? ନିଶ୍ଚୟ ବିନି ଆସି ମାଗିନେଉଥିବେ କାରଣ ଆପଣ ତାଙ୍କୁ ଗାଁ ପାଖରେ ବିବାହ ଦେଇଛନ୍ତି ପୁଣି ଗରୀବ ଘରେ. ଦୁହେଁ ପ୍ରାଇମେରୀ ଟିଚର.କେତେ ବା ପଇସା ପାଉଥିବେ ଯେ ଭଲରେ ଚଳିବେ??ନିଶ୍ଚୟ ବାପାଙ୍କ ପେନସନରୁ ଭାଗ ବସାଉଥିବେ ବିନି. ଆପଣ ଏଣିକି ଗୋଟେ କାମ କରନ୍ତୁ.ଏଣିକି ବାପାଙ୍କୁ ବୁଝାନ୍ତୁ, ଦୁଇଜଣ ଆମ ପାଖେ ଚଳିଗଲେ, ପେନସନ ଟଙ୍କାତକ ଅନ୍ତତଃ ଆପଣ ଦୁହିଁଙ୍କ ଦେହମୁଣ୍ଡ ତଥା ଶୁଦ୍ଧି ଶ୍ରାଦ୍ଧରେ ଖର୍ଚ୍ଚ ହୁଅନ୍ତା. ସୁମତିଙ୍କର ମୁଣ୍ଡ ଘୁରେଇ ଦେଲା. ତିନି ଦିନ ହସ୍ପିଟାଲରେ ରହି ଫେରିବା ପରେ ପ୍ରଥମ କରି ସୁମତି ସ୍ୱାମୀ ଦେଇଥିବା ଫୋନଟିକୁ କାଢ଼ି ଫୋନ କରୁଥିଲେ ତ ଝିଅ ବିନି ଧରିଲା. ସୁମତି କହିଲେ ତୁ କାହିଁକି ଆସିଛୁ ମାଆ? ବାପା କଣ ଘରେ ନାହାଁନ୍ତି? ମୁଁ ଏଠି କାହିଁକି ମାନେ? ତୁ ତ ତୋ ପୁଅ ପାଖରେ ଭଲ ମନ୍ଦ ଖାଇ, ଔଷଧ ପତ୍ର ପାଇ, ଟିଭି ଦେଖି, ଏସିରେ ଶୋଉଥିବୁ ହେଲେ ଏଯାଏଁ ନିଜ ହାତରେ ରା଼ନ୍ଧି ଖାଇନଥିବା ବାପା ଏଠି କେମିତି ଚଳୁଛନ୍ତି କେବେ ଭାବିଛୁ? କାହିଁ ତାଙ୍କର ଗାଁରେ କୁଟୁମ୍ବର ସମସ୍ତେ ତାଙ୍କ ନିଜର ବୋଲି ସେ କୁହନ୍ତି. ହଁ କୁହନ୍ତି କିନ୍ତୁ ଯୋଉଠି ସ୍ତ୍ରୀ ହୋଇ ତୁ ଏକଥା ବୁଝିପାରୁନୁ ମୁଁ ବୁଝାଇବି କେମିତି?ସତେତ କିଏ କାହାର କେତେ ଦିନକୁ? ଯୋଉଠି ନିଜର ପୁଅ ବୋହୁ ସର୍ତ୍ତ ଓ ସ୍ୱାର୍ଥ କଥା ଚିନ୍ତା କରନ୍ତି, ସେଠି କୁଟୁମ୍ବଙ୍କ କଥା ଉଠୁଛି କୁଆଡୁ?

  ସୁମତିଙ୍କ କଥା ବାର୍ତ୍ତା ବୋହୁ ଶୁଣିପାରିଥିଲା କି କଣ, ଫୋନଟି ଛଡ଼ାଇ ନେଇ କହିଲା, କୁଟୁମ୍ବ ନହୁଅନ୍ତୁ ବିନି, ତୁମେତ ଅଛ ନା ବାପାଙ୍କ ପେନସନର ହକଦାର. ଆଉ ସହି ପାରିଲେନି ସୁମତି କହୁଥିଲେ ମତେ ଶୀଘ୍ର ନେଇଯାଅ ଗାଁକୁ. ନା ପୁଅକୁ ସମୟ ଥିଲା, ନା ବୋହୁକୁ. ନା ସ୍ୱାମୀ ଆଡ଼ୁଥିଲେ ନେବାକୁ. ଶେଷକୁ ଝିଅ ଆସି ପହଞ୍ଚିଥିଲା ନେବାକୁ ଘର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରିବାକୁ.ଭାଇ ଭାଉଜ ଚୁପି ଚୁପି କଥା ହେଉଥିଲେ, ବାପାଙ୍କ ପେନସନ ସବୁକୁ ହାତେଇ ଘର କରିଛି.ମାଆ ତଟସ୍ଥ ହୋଇ ଚାହିଁଥିଲେ ଝିଅକୁ, ଝିଅ କହୁଥିଲା, ସହରରେ ବାପା ନୂଆଘର କିଣିଛନ୍ତି. ସେଇ ଘର ପ୍ରତିଷ୍ଠା ହେଉଛି. ଆଉ ଗାଁ ଘର?ଗାଁ ଘର ମୋ ନାମରେ ବାପା କରିଦେଇଛନ୍ତି ହସି ହସି କହୁଥିଲା ଝିଅ. ଭାଉଜ କହିଲେ ବାପା ତୁମ ନାମରେ ଗାଁ ଘର କରିଦେଲେ କଣ ଭାଇ ତାଙ୍କ ସାବତପୁଅ. ତଥାପି ଝିଅ ହସୁଥିବାର ଦେଖି ମାଆ, ପୁଅ ବୋହୁ, ବିନି ସହ ବାହାରିଥିଲେ ଗାଁକୁ. ପ୍ରକୃତରେ ଗାଁ ପାଖ ସହରରେ ଘର କିଣା ହୋଇଛି କିନ୍ତୁ ଗାଁ ଘର ବିନି ନାମରେ ନୁହେଁ ବରଂ ବୋହୁ ନାମରେ କରିବାକୁ ବାପା ଓ ଝିଅ ବିନି ମିଶି ନାଟକ କରୁଥିଲେ.ତେବେ ସହରରେ ଘର କିଣା କେମିତି ହେଲା ପଚାରୁଥିଲେ ମାଆ ସୁମତି ତ ହସି ହସି ବାପା କହୁଥିଲେ ବିନି ସବୁ ଟଙ୍କା ଦେଇ ଘରଟିକୁ ଆମ ପାଇଁ କିଣିଛି ସହରରେ.ହସ୍ପିଟାଲ ସୁବିଧା ସାଙ୍ଗକୁ ଡାକ୍ତରୀ ସେଵା ପାଇବା ସହଜ ସୁଲଭ ହେବ ବୋଲି. ଆଉ ମୋ ପେନସନ ପଇସା ଖର୍ଚ୍ଚ ବାଦେ ଯାହା ସେଥିରେ ଏ ଘରକିଣା ଉତ୍ସବ ନିଜେ ବୁଝିବାଝି ଝିଅ ବିନି କରାଉଛି. ସୁମତିଙ୍କ ଆଖିରୁ ଅଶ୍ରୁ ଦୁଇ ଟୋପା ଝରି ପଡିଲା ବେଳେ ଡାକ୍ତର ପୁଅ ବୋହୁଙ୍କ ମୁଣ୍ଡ ତଳକୁ ହୋଇଯାଇଥିଲା ।


Rate this content
Log in

Similar oriya poem from Abstract