STORYMIRROR

Padmalaya Mishra

Tragedy

3  

Padmalaya Mishra

Tragedy

ଘର

ଘର

1 min
390


ପଦ୍ମାଳୟା ମିଶ୍ର


ଘର....

ଥିଲା ଝାଟି ମାଟିର

ହେଲେ ପୂର୍ଣ୍ଣ ଥିଲା

ସମ୍ପର୍କର ଗହଳିରେ

ସ୍ନେହ ପ୍ରେମର ଅତୁଟ ଡୋରୀରେ

ବାପାଙ୍କ ବେତ ପାହାରରେ

ବୋଉର ଗେଲରେ

ଜେଜେମା କାହାଣୀରେ

ଜେଜେବାପାଙ୍କ ଶ୍ରଦ୍ଧାରେ ।

କାଉ ରବିବା ପୂର୍ବରୁ

ଶୁଭେ ମା'ର ଖଡିକା

ଖଡ ଖଡ଼ ଶବ୍ଦ

ଦାଣ୍ଡ ବାଡ଼ି ଓଳାଇବାର

ବୋଉର ଚଉଁରା ମୂଳେ

ବୃନ୍ଦାବତି ଗୀତ ।

ସୂର୍ଯ୍ୟଙ୍କ ପହିଲି କିରଣ

ବିଛୁରିତ ହେଇଯାଏ ମଝି ଅଗଣାରେ

ନିତ୍ୟକର୍ମ ସାରି ବସି ପଡୁ

ଆମେ ଭାଇ ଭଉଣି

ସଉପ ପକେଇ ପାଠ ପଢ଼ାରେ

ସ୍କୁଲ ସମୟ ପୂର୍ବରୁ

ସ୍କୁଲ ଯିବାର ପ୍ରତିଯୋଗିତାରେ

ବୋଉ କାନ ମୋଡେ

କିଛି ଖାଏନି ବୋଲି ।

ସଞ୍ଜ ହେଲେ

ଦୀପମ ଜ୍ୟୋତି ପରଂବ୍ରହ୍ମ

ଶବ୍ଦରେ ଗୁଞ୍ଜରିତ ହୁଏ

ଘର ଓ ଅଗଣା

ମା ଓ ଜେଜେ ଭାଗବତ ପଢ଼ନ୍ତି

ଆଉ ଆମେ ପିଲାମାନେ

ପଢିବାକୁ ବସିପଡୁ ମଝି ଆଡଙ୍ଗରେ

ବାପାଙ୍କ ଅଫିସରୁ ଘର

ବହୁଡ଼ିବା ପୂର୍ବରୁ ...


ସମୟ ଦେଲୁ ଧୋକା

ନା ଘର ବଦଳି ଗଲା

ଝାଟି ମାଟି ଏବେ ମାର୍ବଲ କୋଠା

ଆଉ ସମ୍ପର୍କର ମାନେ ବଦଳି

ହାଏ ବାଏ ରେ ରହିଲା

ଉଡିଗଲେ ଶାବକ ଦଳ

ଡେଣା ମେଲେଇ ଦୂର ରାଇଜେ

ଜେଜେମା ଜେଜେବାପା

ଶୋଇଗଲେ ଜୁଇର ସେଜେ

ବାପା ଏବେ ଖୋଜନ୍ତି ନିଜକୁ

ଟିଭିରେ... ଦେଶ ଦୁନିଆର ଖବରରେ

ବୋଉ...

ବୋଉର ଆଖି ଖୋଜୁଛି

ପିଲାଙ୍କ ସେଇ ପିଲାଦିନ

ଯାହା ଏବେ ନିଖୋଜ

ସମୟର ସାଗରରେ

ସେତେବେଳେ ଥିଲା ଘର

ଏବେ ଚାରିକାନ୍ଥର ନିରବ ମହଲ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy