ଘୋଷଯାତ୍ରା
ଘୋଷଯାତ୍ରା
ଆସିଲେ ଆଷାଢ଼ ଶୁକଳ ଦ୍ୱିତୀୟା
ରଥ ହୁଏ ସଜବାଜ
ନବଦିନାତ୍ମକ ଦଶଅବତାର
ମହାବେଦୀ ମହୋତ୍ସବ
ପତିତପାବନ ଯାତ
ଉତ୍ତରାଭିମୁଖୀ ପ୍ରସିଦ୍ଧ ଆଡପ
ଘୋଷଯାତ୍ରା ନାମ ଖ୍ୟାତ ।
ରକ୍ତ ନୀଳ ବର୍ଣ୍ଣ ତାଳଧ୍ଵଜ ରଥ
ବିଜେ ପ୍ରଭୁ ରାମ କୃଷ୍ଣ
ରଥର ଦଉଡି ଅଟଇ ବାସୁକୀ
ଆୟୂଧ ହଳମୂଷଳ
ଶୁକ ଶ୍ରଦ୍ଧା ଓ ବିଶ୍ୱାସ
ଚଉଦ ଚକର ଲଙ୍ଗଳଧ୍ୱଜର
ସନ୍ଦର୍ଶନେ ବିଘ୍ନ ନାଶ ।
କୃଷ୍ଣ ଓ ଲୋହିତ ଦରପ ଦଳନ
ସାରଥି ଅଟେ ଅର୍ଜୁନ
ବିଜେ ମା ସୁଭଦ୍ରା ଚକ୍ର ସୁଦର୍ଶନ
ଆୟୂଧ ପଦ୍ମ କହ୍ନାର
ରଥ ଶୁକ ଦ୍ୱିସୁପର୍ଣ
ବାର ଚକ ରଥ ସୁଭଦ୍ରା ମାତାଙ୍କ
ଅଟଇ ଦେବଦଳନ ।
ପୀତ ଓ ଲୋହିତ ବର୍ଣ୍ଣ ନନ୍ଦିଘୋଷ
ବାମନ ମଧୁସୂଦନ
ରଥର ସାରଥି ଅଟନ୍ତି ଦାରୁକ
ଧ୍ୱଜାଧାରୀ ହନୁମାନ
ଜୀବ ଓ ପରମ ଶୁକ
ତ୍ରୈଲୋକମୋହିନୀ ନେତ ଫରଫର
ରଥର ଷୋହଳ ଚକ ।
ଅଷ୍ଟାଙ୍ଗ ବିଧିରେ ସ୍ନାନ ଅଣସର
ନବଯୈ।ବନ ଦର୍ଶନ
ଗୁଣ୍ଡିଚା ମଣ୍ଡପେ ନବଗ୍ରହ ରୂପେ
ହୁଏ ଦିବ୍ୟ ପୂଜାର୍ଚ୍ଚନ
ଉତ୍ସବ ହେରାପଞ୍ଚକ
ବାହୁଡା ବିଜୟ ରଥେ ସୁନାବେଶ
ନିଳାଦ୍ରି ବିଜୟ ପର୍ବ ।
ରଥ ଯାଆ ଗଡି ଚକ ଯାଆ ଗଡି
ଯାଆ ଶ୍ରୀ ଗୁଣ୍ଡିଚା ଗୁଡି
ଚତୁର୍ଦ୍ଧାମୂରତି ଚଉବର୍ଗ ସିଦ୍ଧି
ପହଣ୍ଡି ଗୋଟି ଓ ଧାଡି
ହଲାଇ ଫୁଲ ଟାହିଆ
ସାତପାହାଚରୁ ଆସ ହଲିଝୁଲି
ସାଆନ୍ତ ଜଗା ବଳିଆ ।
