STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଗହଣ ବିଜେ

ଗହଣ ବିଜେ

1 min
6


ମହାରାଣୀଙ୍କର ମନ୍ଦିର ଦର୍ଶନ

ଅବା ବିଜେ ଶ୍ରୀମନ୍ଦିରେ

ପରିବାର ସଦସ୍ୟଙ୍କ ଗହଣରେ

ଗହଣ ବିଜେ ନାମରେ 

କେବଳ ଗହଣ ବିଜେ ସେବା ବିଧି

ପରମ୍ପରା ଆଧାରରେ 

ମହାରାଣୀଙ୍କର ଭୂମିକା ନଗଣ୍ୟ

ଅନ୍ୟ କୌଣସି ସେବାରେ 


ଶ୍ରୀମନ୍ଦିର ଶୋଧ ନୀତି ସହକାରେ

ବ୍ୟକ୍ତି ଶୂନ୍ୟ ଶ୍ରୀମନ୍ଦିରେ

ମୁଦି ରଥ ସେବକ କେବଳ ରହେ

ମହାରାଣୀଙ୍କ ସାଥିରେ

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ 

ଶୋଧ କାର୍ଯ୍ୟ ବିଧିବଦ୍ଧ

ବେଢ଼ା ଭିତରେ ମନ୍ଦିର ଓ ମଣ୍ଡପ

ଖାଲି ହେବା ବିଧି ଶୋଧ 

ଆନନ୍ଦ ବଜାର ରହିଥାଏ ଖୋଲା

ମାଧ୍ୟମ ଉତ୍ତର ଦ୍ଵାର

ମହାପ୍ରସାଦ ସେବନର ପ୍ରକ୍ରିୟା

ଚାଲୁ ରହେ ଭକ୍ତଙ୍କର


ଅରୁଣ ସ୍ତମ୍ବ ପାଖରେ ଅଟକି ରହେ 

ରାଜାଙ୍କର ତାମଜାନ 

ବେଢ଼ା ଭିତରକୁ ସବାରି ରେ 

ମହାରାଣୀଙ୍କ ଗମନ

କଳ୍ପବଟ ତଳେ ସବାରି ଅଟକେ

ପରମ୍ପରା ଆଧାରରେ

ଗଜପତି ମହାରାଜା ଓ ସଦସ୍ୟ

ପ୍ରବେଶ କରନ୍ତି ଧିରେ 

ମୁଦିରସ୍ତ ସେବକଙ୍କ ସହାୟତା

କ୍ରମେ ଦର୍ଶନ ବିଧାନ

ବିଧି ସହ ପରମ୍ପରା ଆଧାରରେ

ଗହଣ ବିଜେ ସମ୍ପନ୍ନ


ସେବକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ

ପୁଣି ବିଧି ବିଧାନ ରେ

ଶ୍ରୀମନ୍ଦିର ନୀତି ହେଉଛି ପାଳନ

ନିଷ୍ଠା-ଭକ୍ତି ସହକାରେ

ମହାପ୍ରଭୁଙ୍କର ପ୍ରଧାନ ସେବକ

ବଂଶାନୁକ୍ରମିକ ଭାବରେ

" ଗଜପତି ମହାରାଜା ସେବା " ବିଧି

ଉଲ୍ଲେଖ ସତ୍ଵଲିପି ରେ

ମହାପ୍ରସାଦ ସେବନ ପ୍ରଥମରେ

ଗଜପତିଙ୍କ ବିଧେୟ

"ଖେଇ ସ୍ବରୂପ " ଯାଏ ମହାପ୍ରସାଦ

ରାଜ-ନଅରେ ପ୍ରତ୍ୟହ


ମହାପ୍ରଭୁଙ୍କର ରୀତି ନୀତି ବିଧି

ସତ୍ଵ ଲିପି ସହକାରେ 

ଗହଣ ବିଜେ ବିଧି ମଧ୍ୟ ପାଳନ

ପରମ୍ପରା ଆଧାରରେ 



Rate this content
Log in

Similar oriya poem from Abstract