ଘାସ
ଘାସ
ଘାସ ସିନା ଭାଇ ଆକାରରେ ଛୋଟ
ଗୁଣ ତା'ର ଅସୁମାରୀ
ଘାସ ଗାଲିଚାରେ ଶୋଇଗଲେ ଥରେ
ଶାନ୍ତି ନିଦ ଆସେ ଭାରି ।
ରାତ୍ରିର କାକର ବିନ୍ଦୁ ଯେବେ ପଡ଼େ
ମୁକ୍ତା ସମ ଘାସ ଦିଶେ
ଘାସରେ ସଜ୍ଜିତ ବଗିଚାଟି ପରା
ଲାଗେ ସତେ ନିତି ହସେ ।
କାଗଜଟି ଯହିଁ ଲେଖୁ ମନକଥା
ଘାସରୁ ତିଆରି ସିଏ
ଟାଙ୍ଗରା ଭୂଇଁରେ ଘାସ ଗଜରିଲେ
ତା'ରୂପ ବଦଳିଯାଏ ।
ଘାସରୁ ତିଆରି ବିଭିନ୍ନ ଔଷଧ
ନାନା ରୋଗ ହୁଏ ଦୂର
ଅମୃତ ସମାନ କ୍ଷୀର ଦିଏ ଗାଈ
କରିଲେ ଘାସ ଆହାର ।
ଘାସ ଥିଲେ ମାଟି ଟାଣ ବରଷାରେ
ହୁଏ ନାହିଁ କେବେ ଧୋଇ
ଘାସ ପଡ଼ିଆରେ ଖେଳି ପଡ଼ିଗଲେ
ଆଣ୍ଠୁ ଗଣ୍ଠି ନଛିଡ଼ଇ ।
କେଡ଼େ ଆନନ୍ଦରେ ଖେଳନ୍ତି ଘାସରେ
ଝିଣ୍ଟିକା ପରିକା ଜୀବ
ପୂଜା ହୋମ କାର୍ଯ୍ୟ ଲାଗଇ ସର୍ବଦା
କଅଁଳିଆ ଘାସ ଦୁବ ।
କହିବା ଲୋକତ ମହତ ନୁହଁଇ
ମହତ ଯେ ସହିଥାଏ
ସହନଶୀଳତା ସବୁ ମଣିଷକୁ
ଘାସ ହିଁ ତ ଶିକ୍ଷା ଦିଏ ।
