STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଘାସ

ଘାସ

1 min
248


ଘାସ ସିନା ଭାଇ ଆକାରରେ ଛୋଟ

ଗୁଣ ତା'ର ଅସୁମାରୀ

ଘାସ ଗାଲିଚାରେ ଶୋଇଗଲେ ଥରେ

ଶାନ୍ତି ନିଦ ଆସେ ଭାରି ।


ରାତ୍ରିର କାକର ବିନ୍ଦୁ ଯେବେ ପଡ଼େ

ମୁକ୍ତା ସମ ଘାସ ଦିଶେ

ଘାସରେ ସଜ୍ଜିତ ବଗିଚାଟି ପରା

ଲାଗେ ସତେ ନିତି ହସେ ।


କାଗଜଟି ଯହିଁ ଲେଖୁ ମନକଥା

ଘାସରୁ ତିଆରି ସିଏ

ଟାଙ୍ଗରା ଭୂଇଁରେ ଘାସ ଗଜରିଲେ

ତା'ରୂପ ବଦଳିଯାଏ ।


ଘାସରୁ ତିଆରି ବିଭିନ୍ନ ଔଷଧ 

ନାନା ରୋଗ ହୁଏ ଦୂର

ଅମୃତ ସମାନ କ୍ଷୀର ଦିଏ ଗାଈ

କରିଲେ ଘାସ ଆହାର ।


ଘାସ ଥିଲେ ମାଟି ଟାଣ ବରଷାରେ

ହୁଏ ନାହିଁ କେବେ ଧୋଇ

ଘାସ ପଡ଼ିଆରେ ଖେଳି ପଡ଼ିଗଲେ

ଆଣ୍ଠୁ ଗଣ୍ଠି ନଛିଡ଼ଇ ।


କେଡ଼େ ଆନନ୍ଦରେ ଖେଳନ୍ତି ଘାସରେ

ଝିଣ୍ଟିକା ପରିକା ଜୀବ

ପୂଜା ହୋମ କାର୍ଯ୍ୟ ଲାଗଇ ସର୍ବଦା

କଅଁଳିଆ ଘାସ ଦୁବ ।


କହିବା ଲୋକତ ମହତ ନୁହଁଇ

ମହତ ଯେ ସହିଥାଏ

ସହନଶୀଳତା ସବୁ ମଣିଷକୁ

ଘାସ ହିଁ ତ ଶିକ୍ଷା ଦିଏ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract