STORYMIRROR

Bijoy Jena

Inspirational Others

4  

Bijoy Jena

Inspirational Others

ଗଭୀର ନିଶୀଥେ

ଗଭୀର ନିଶୀଥେ

1 min
383


ଗଭୀର ନିଶିଥେ  ତାରାପୂର୍ଣ୍ଣ ନଭେ

    ଚାହିଁ ଦେଖ କେବେ ଥରେ

ନିଶା ଗରଜୁଛି   ସାଇଁ ସାଇଁ ହୋଇ

    କାଳ ଯାଏ କେଡେ ଖରେ।


ପ୍ରକୃତି ସଂଗୀତ   ଥମି ତ ନଥାଏ

    ରାତ୍ର ବେଳା ନିଶୁନରେ

ନିଶାଚର ପ୍ରାଣୀ  ଆହାର ନିମନ୍ତେ

     ବିଚରନ୍ତି ସ୍ୱଚ୍ଛନ୍ଦରେ।


ସର୍ବତ୍ର ମିଳଇ   ଶାନ୍ତ ପରିବେଶ

     ଜୀବନର ବୀଜ ମନ୍ତ୍ର

ପ୍ରକୃତିର କୋଳେ  ଯେତେଦିନ ଥିବା

    ହୋଇ ଯିବା ତାର ଯନ୍ତ୍ର।


ବିଧାତା ଖଞ୍ଜିଛି   ସେସବୁକୁ ଏଠି

    ଭଲରେ ଚଳିଲେ ହେଲା

ଅବିଶ୍ୱାସୀ ହୋଇ  ଆନେ କ୍ଷତି କରି

    କରନାହିଁ ଜମା ହଲ୍ଲା।


ସମର୍ପଣ କରି   ସର୍ବାଙ୍ଗରେ ମନ

     ଧ୍ୟାନ ଦିଅ ତା ପୟର

ସେହି ମହାବାହୁ   ଜଗନ୍ନାଥ ସ୍ୱାମୀ

     ଡାକ ଶୁଣିବେ ତୋହର।


ପ୍ରେମମୟ ପ୍ରଭୁ   ଅତି ଦୟାବନ୍ତ

    କୃପାକର ସର୍ବ ଜନେ

ସଞ୍ଜ ସକାଳରେ   ପ୍ରଣତି ବାଢୁଛୁ

   ସାରା ଜଗତ କଲ୍ୟାଣେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational