STORYMIRROR

Balaram Barik

Inspirational

3  

Balaram Barik

Inspirational

ଗାଥା

ଗାଥା

1 min
263


ଉଠରେ ଉଠରେ ଓଡ଼ିଶା ସନ୍ତାନ 

କର ନା ଜମାରୁ ଡେରି।

ଶୋଇଲା ପୁଅର ଭାଗ ନାହିଁ ବୋଲି 

ଗଲୁ କି ତୁହି ପାଶୋରି।


ଜାତି ନନ୍ଦୀଘୋଷ ଗଡେଇ ଦେ ତୁହି 

ସ୍ୱାର୍ଥକୁ କୁ ତ୍ୟାଗ କରି ।

ଓଡ଼ିଆ ଲୋକଙ୍କ ସେବା କରି ତୁହି

ଦେଖା ତୋର ବାହାଦୁରୀ।


ତୋ ପୂର୍ବ ପୁରୁଷ ଜୟ କରିଥିଲେ 

କହିଲା..ଗଙ୍ଗା ଠାରୁ ଗୌଦାବରୀ।

ତୋତେ ଜଣା ନାହିଁ ତୋ ପଡ଼ୋଶୀ 

ରାଇଜ ତୋ ଜାଗା କରିଲେଣି ଚୋରୀ।

ଆରେ ଶୁଣୁ ଥରେ କାନ ଡେରୀ 

ପଖାଳ ନିଶାରେ ବୁଡି ତୁ ରହିଲେ 

କେବଳ ସାଜିବୁ ଦେଖଣାହାରୀ।


ଜାତି ପ୍ରେମ ଯୁଦ୍ଧେ ଲଢ଼ିଣ ସେମାନେ

ଚାଲି ଗଲେଣି ଆରପାରି ।

ତୋ ଭାଷା ସାହିତ୍ୟକୁ ସମ୍ମାନ ନଦେଇ

କହୁଛୁ ଆଇ ଆମ ସରି।

ଇଂରାଜୀ ଖାଉଛୁ ଇଂରାଜୀ ପିଉଛୁ 

ଇଂରାଜୀ ଯାଉଛୁ ଚରି।


ଝୁଣ୍ଟି ପଡିଲେ ରାସ୍ତାରେ ଥରେ 

ତୋ ପାଟିରୁ ବୋଉଲୋ ଯାଉଛି ବାହାରି ।

ଖାଆ ତୁ ଶପଥ କାଳିଆ ନାଁରେ 

ସାକ୍ଷୀ ରହୁ ସେ ଶ୍ରୀକ୍ଷେତ୍ର ପୁରୀ।

ଭାଷାର ନେତର ଫର ଫର ଉଡୁ

ଫେରୁ ସେ ପୂରୁବ ଶୀରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational