#ଗାଥା କବାତା: ନାରୀର ଅପମାନ
#ଗାଥା କବାତା: ନାରୀର ଅପମାନ
ଇତିହାସ ଦିଏ ପ୍ରମାଣ
ନାରୀର ସମ୍ମାନ ସବୁଠାରୁ ଶ୍ରେଷ୍ଠ
କଲେ ନାରୀର ଅପମାନ
ହୋଇବ ନିଜର ସର୍ବନାଶ।।
ନାରୀର ଅପମାନ କରି
କେହି ଆଜି ଯାଏଁ ବଞ୍ଚି ନାହିଁ
ମାତା ଲକ୍ଷ୍ମୀଙ୍କ ଅପମାନ କରି
ପ୍ରଭୁ ବଳଭଦ୍ର ଓ ଜଗନ୍ନାଥ ହୋଇଲେ ଦାଣ୍ଡ ଭିକାରୀ।।
ଠିକ ସେହିପରି ଦ୍ରୌପଦୀଙ୍କ ବସ୍ତ୍ର ହରଣର
କରିଥିଲେ କୌରବ ଭାଇ
ଅପମାନର ପ୍ରତିଶୋଧ ନେବାପାଇଁ ଦ୍ରୌପଦୀ ନେଲେ ପଣ
କେଶ କରିବେ ପ୍ରକ୍ଷାଳନ
ରକ୍ତରେ ଦୁର୍ଯ୍ୟୋଧନଙ୍କର।।
ସେଥିପାଇଁ ହୋଇ ଥିଲା ମହାଭାରତ ଯୁଦ୍ଧ
ପାଣ୍ଡବ କରିଥିଲେ ଯୁଦ୍ଧ କୌରବଙ୍କ ବିରୁଦ୍ଧରେ, ଦେବାକୁ ଯାଇ ଦ୍ରୌପଦୀଙ୍କ ସମ୍ମାନ
ଅର୍ଜୁନଙ୍କ ପଥ ପ୍ରଦର୍ଶକ ସାଜି ଥିଲେ ଶ୍ରୀକୃଷ୍ଣ
କେତେ ବୀର ପୁରୁଷ, ସୈନ୍ୟ ସାମନ୍ତ ହରାଇଲେ ଜୀବନ
କେତେ ଧନ ସମ୍ପତ୍ତି ହୋଇଲା ନଷ୍ଟ।।
ଭୀଷ୍ମ, ଅଭିମନ୍ୟୁ ପରି ବୀରପୁରୁଷ
ହରାଇଲେ ଜୀବନ
ପଡ଼ିଲେ ଧର୍ମ ସଙ୍କଟରେ ଅର୍ଜୁନ
ଭାବିଲେ କରିବେ ନାହିଁ ଯୁଦ୍ଧ
ହେଲେ ଶ୍ରୀକୃଷ୍ଣ ସାଜି ପଥ ପ୍ରଦର୍ଶକ
ଦେଖାଇଲେ ନିଜ ବିଶ୍ୱରୂପ
ସାରା ଦୁନିଆକୁ ବୁଝାଇ ଦେଲେ ପ୍ରକୃତ ଧର୍ମର ଜ୍ଞାନ
ତାହାକୁ ଲେଖିଲେ ବେଦ ବ୍ୟାସ
ଶ୍ରୀମଦ୍ ଭଗବତ୍ ଗୀତା ନାମରେ ଗ୍ରନ୍ଥଟି ନାମିତ
ତାହା ପରା ଆଜି ହିନ୍ଦୁ ଧର୍ମ ଗ୍ରନ୍ଥ ନାମରେ ପ୍ରସିଦ୍ଧ।।
ମହାଭାରତ ଯୁଦ୍ଧର ହୋଇଲା ଅନ୍ତ
ଦ୍ରୌପଦୀଙ୍କ ପ୍ରତିଶୋଧ ହୋଇଲା ପୁରଣ
ଶହେ କୌରବ ଭାଇଙ୍କ ହେଲା ମୃତ୍ୟୁ
କୌରବ ବଂଶର ହେଲା ନାଶ
ହେଲା ଏହା ଶିକ୍ଷଣୀୟ
ଯେ ଯୁଦ୍ଧର ପରିଣତି କେତେ ଭୟଙ୍କର
ଏବଂ ନାରୀର ଅପମାନ
ସବୁବେଳେ ହୋଇଥାଏ ପତନର କାରଣ।।
ହେ ମୋ ବିଶ୍ୱବାସୀ
କର ନାହିଁ ନାରୀର ଅପମାନ କେବେ ବି
ଯଦି ନାରୀ କରିଥାଏ କେବେ ଭୁଲ କିଛି
ଅପମାନ ତାର ନ କରି
ବୁଝାଅ ତାକୁ ମନରେ ଏକଗ୍ରତା ରଖି
କଲେ ତାର ଅପମାନ ହୋଇବ ତୁମ୍ଭର କ୍ଷତି।।
