STORYMIRROR

Subhakanta Sahu

Inspirational

3  

Subhakanta Sahu

Inspirational

ଗାନ୍ଧୀଆତ୍ମା

ଗାନ୍ଧୀଆତ୍ମା

1 min
13.3K


ସ୍ବାଧୀନ ପ୍ରାପ୍ତିର ଷଷ୍ଠ ଦଶକରେ

ଗାନ୍ଧୀ ମହାତମା ଦିନେ,

ରହି ନପାରିଲେ ଆତ୍ମା ଲାଗିଗଲା

ଭାରତର ଅଭିଯାନେ

ତାଙ୍କ ସେ ମହାନ ଆତ୍ମା ପୁଣି ଦିନେ

ସରଗୁ ଆସି ଭାରତ,

ଖୋଜିଲେ ତାଙ୍କର ସ୍ବପ୍ନ ରାମରାଜ୍ଯ

କେତେ ହୋଇଅଛି ସତ୍ଯ?

ଶୁଭୁଛି କି ନାହିଁ ଅହିଂସା ମନ୍ତ୍ର

କେତେ ସତ୍ଯାଗ୍ରହୀ ଜନ?

କୁଟି ଖାଇ ଲୋକେ କାଟି ପିନ୍ଧନ୍ତି ନା

ହୋଇଲେଣି ଆନମନ?

ଦୁଃଖୀ ଦରିଦ୍ରଙ୍କ ସେବାଟି କେମିତି

ଚାଲିଅଛି ଏ ଭାରତେ?

ଶିଖାଇଥିବା ସେ ମୌଳିକ ଶିକ୍ଷାଟି

ପ୍ରଗତି କରିଛି କେତେ?

ଆଦିବାସୀ ବସ୍ତି ବୁଲୁ ବୁଲୁ ଦିନେ

ଶୁଭିଲା ଢୋ.... ଢା,

ନଥିଲା ସେଦିନ ଦୀପାବଳୀ ହେଲେ

ବାଣ ଫୁଟୁଥିଲା କିଆଁ?

ଟୁପୁରୁ ଟାପୁରୁ ଶୁଭିଲା କୁଆଡେ

ଆସିଗଲେ ମାଓବାଦୀ,

ଜନ ଆନ୍ଦୋଳନ ନାଆଁରେ ମାରନ୍ତି

ନୀରିହ ଜନତା ନିତି।

ସହରେ ଦେଖିଲେ ବନ୍ଧୁକ ମୁନରେ

ନିତି ହୁଏ ଲୁଟାଲୁଟି,

ସଂସଦ ଗୃହରେ ବିଧାନସଭାରେ

ନେତାଏ ବି ପିଟାପିଟି।

ଭାତ ଛାଡି ଚାଲେ ପେପ୍ସୀ ଚଉମିନି

ଖଦଡ଼କୁ ଛାଡି ଜିନ୍,

ଯୁବଶକ୍ତି ଏଠି ଶୋଷିତ ଲୁଣ୍ଠିତ

ଅପରାଧ ପ୍ରତିଦିନ।

ନେତାଙ୍କର ଆଉ ନୀତି କିଛି ନାହିଁ

ଭୁଲି ମାନ ଅପମାନ ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ: ୯୦୪୦୩୨୦୧୮୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational