STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଗାନ୍ଧୀ ହେ

ଗାନ୍ଧୀ ହେ

1 min
247


ଗାନ୍ଧୀ ହେ, ଦେଶପ୍ରାଣ ମୃତ୍ୟୁଞ୍ଜୟୀ

ସ୍ଵାଧିନତା ପାଇଁ ଅହିଂସା “ସଂଗ୍ରାମ

କରିଲ” ନୀରବ ସାଧକ “ମହାନ

ହୋଇଗଲ” ଯୁଗ ଯୁଗ ପାଇଁ, ଗାନ୍ଧୀ ହେ…।।


ଗୋରା ଶାସନର ଅତ୍ୟାଚାର ତୁମ

ଆନ୍ଦୋଳିତ କଲା ତରୁଣ ଜୀବନ

ବାରିଷ୍ଟର ହେଲେ ସତ୍ୟାଗ୍ରାହି, ଗାନ୍ଧୀ ହେ…।।


ପାଦେରେ ବୁଲିଲ ଦେଶ ସାରା ତୁମେ

ସତ୍ୟ, ଅହିଂସା ର ମନ୍ତ୍ର କାନେ କାନେ

କାଟି ପିନ୍ଧ କୁଟି ଖାଅ କହି, ଗାନ୍ଧି ହେ…।।


ଜୀବେଦୟା ମନ୍ତ୍ର ବୁଦ୍ଧଦେବ ଙ୍କର

ଆଶ୍ରମ ଜୀବନ ଫୁଙ୍ଗୁଳା ଫକିର

ଦିନକଟେ ରାମନାମ ଗାଇ, ଗାନ୍ଧୀ ହେ…।।


ଅନେକ ସଂଗ୍ରାମ ଅହିଂସା ଲଢେଇ

ସ୍ଵାଧୀନତା ତୁମେ ଆଣିଲ ଛଡ଼ାଇ

ବଜାଇ ବିଜୟ ସାହାନାଇ, ଗାନ୍ଧୀ ହେ…।।


ତ୍ରିରଙ୍ଗା ପତାକା ତୁମ ସ୍ଵପ୍ନ ଜୈତ୍ରୀ

ଉଡ଼ିଲା ଆକାଶେ ସେଦିନ ସେରାତି

ଜାତୀୟ ସଙ୍ଗୀତ ଗାଇ ଗାଇ, ଗାନ୍ଧୀ ହେ…।।


ମୌଳବାଦି ଙ୍କର ଷଡ଼ଯନ୍ତ୍ର କଥା

ଅସହ୍ୟ ହୋଇଲା ତୁମ ଜୟ ଯାତ୍ରା

ତୁମ କଥା ଗଲା ସତ ହୋଇ, ଗାନ୍ଧୀ ହେ…।।


କେଉଁ ପାଗଳ ର ଗୁଳି ଆଘାତରେ

କେବେ କାଳେ ମୋର ମୃତ୍ୟୁ ହୋଇପାରେ

ମରିବି ମୁଁ ରାମନାମ ଗାଇ, ଗାନ୍ଧୀ ହେ…।।


ତିନିଦିନ ପରେ ପ୍ରାର୍ଥନା ସଭାରେ

ଗୁଳି ଫୁଟିଥିଲା ତୁମରି ଛାତିରେ

ମରି ବି ଅମର ଗଲହୋଇ, ଗାନ୍ଧୀ ହେ…।।


ତୁମ ଦେଖା ସ୍ଵପ୍ନ ସପନ ହୋଇଲା

ରାମରାଜ୍ୟ ସ୍ଵପ୍ନ ସପନେ ରହିଲା

ତଥାପି ବି ନିଦ ଭାଙ୍ଗୁନାହିଁ, ଗାନ୍ଧୀ ହେ…।।



Rate this content
Log in

Similar oriya poem from Classics