STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ଗାନ୍ଧି ଜୟନ୍ତୀ

ଗାନ୍ଧି ଜୟନ୍ତୀ

1 min
241


ଅକ୍ଟୋବର ଦୁଇ     ଯେ' ଗାନ୍ଧି-ଜୟନ୍ତୀ

       ଜାତୀୟତାର ଗୌରବ, 

ସତ୍ଯ ଶାନ୍ତି ଦୟା     କ୍ଷମା ଓ ଅହିଂସା

      ଯା' ପାଇଁ ବିଶ୍ବେ ସୌରଭ ।


ବିଶ୍ବରେ କମ୍ପୁଛି        ଗଗନ ପବନ

       ବିଶ୍ବ ଅହିଂସା ଦିବସ, 

ଆମ ଦେଶେ ନେତା  ଗାନ୍ଧୀ ବେକେ ଫୁଲ-

       ମାଳ ପିନ୍ଧାରେ ଆଦର୍ଶ ।


ମହାତ୍ମା ଗାନ୍ଧିଜୀ     ନୁହେଁ ନାମବାଚ୍ଯ

       ସଂହତି ସଂସ୍କୃତି ଚିହ୍ନ, 

ସଂସାର ସାଗରେ       ମାନବିକତାର

        ଆଧ୍ୟାତ୍ମିକ ପରିଜ୍ଞାନ ।


ସତ୍ଯ ଶାନ୍ତି ଆଉ     ଅହିଂସା ବଳରେ

       ଦେଶ ହୁଅଇ ସ୍ବାଧୀନ, 

ଜନ ମଙ୍ଗଳ ଓ      ଦେଶର ବିକାଶେ

      ରାମରାଜ୍ୟର ଆହ୍ବାନ ।


ବ୍ଯକ୍ତିଗତ ସ୍ବାର୍ଥ        ଏମନ୍ତ ଉତ୍କଟ

       ନେତା ହୁଅନ୍ତି ରାବଣ, 

ମହାତ୍ମାଗାନ୍ଧୀଙ୍କ      ମୁଖା ଆବରଣେ

      ଜାତି-ମାଟି'କୁ ଶୋଷଣ ।


ଜନ-ସାଧାରଣ       ଜୀବନ ବିକଳେ

       ଗାନ୍ଧି-ଜୟନ୍ତୀ ପାଳନ, 

ଆଖି ଲୁହେ କବି      ଶୁଭେଚ୍ଛା ଜଣାନ୍ତି

       ସର୍ବେ ଭବନ୍ତୁ ସୁଖିନଃ ।


 


Rate this content
Log in

Similar oriya poem from Abstract