STORYMIRROR

MADHU MITA

Inspirational

4  

MADHU MITA

Inspirational

ଗାନ୍ଧାରୀର ବିଳାପ

ଗାନ୍ଧାରୀର ବିଳାପ

1 min
292


ଗାନ୍ଧାରୀ କରୁଛି ବିଳାପ !

ସତେ କରିଛି କି କୋଟି ପାପ !

ଚକ୍ଷୁ ଥାଇ .ଅନ୍ଧ ହୋଇ

ଆଜି କାହିଁକି କରେ ସନ୍ତାପ !

ପତ୍ନୀ ଶ୍ରେଷ୍ଠ ଆଶା ନେଇ

ପୁତ୍ର ମୁଖ ଦେଖିଲା ନାହିଁ!

ଅନ୍ୟାୟ ସପକ୍ଷେ ନଥାଇ

ନ୍ୟାୟ ପକ୍ଷ ନେଇ ହେଲା ନାହିଁ

ବହୁ ବାର ବିଧାତା ଦେଲା ଅବସର

ତଥାପି ପୁଟୁଳି ଖୋଲିଲାନି ତାର!

ଆଜି କାନ୍ଦେ ଏକାକିନୀ ହୋଇ

ଲୁହ ପୋଛିବକୁ କେହି ନାହିଁ?

ବେଳହୁ ସାବଧାନ ହୁଅ

ଏ ବାରତା ଦେବା ପାଇଁ

ଗାନ୍ଧାରୀ ଜନ୍ମ ନେଇଥିଲା?

ଏହି ଶିକ୍ଷା ଶିଖାଇବା ପାଇଁ!



Rate this content
Log in

Similar oriya poem from Inspirational