STORYMIRROR

MADHU MITA

Tragedy

3  

MADHU MITA

Tragedy

ଗାନ୍ଧାରୀ ର ବିଳାପ

ଗାନ୍ଧାରୀ ର ବିଳାପ

1 min
11.6K

ଗାନ୍ଧାରୀ କରୁଛି ବିଳାପ

ସତେ କରିଛି କି କୋଟି ପାପ

ଚକ୍ଷୁ ଥାଇ ..ଅନ୍ଧ ହୋଇ..

ଆଜି କାହିଁକି କରେ ସନ୍ତାପ

ପତ୍ନୀ ଶ୍ରେଷ୍ଠ ଆଶା ନେଇ

ପୁତ୍ର ମୁଖ ଦେଖିଲା ନାହିଁ

ଅନ୍ୟାୟ ସପକ୍ଷେ ନଥାଇ

ନ୍ୟାୟ ପକ୍ଷ ନେଇ ହେଲା ନାହିଁ

ବହୁ ବାର ବିଧାତା ଦେଲା ଅବସର

ତଥାପି ପୁଟୁଳି ଖୋଲିଲାନି ତାର

ଆଜି କାନ୍ଦେ ଏକାକିନୀ ହୋଇ

ଲୁହ ପୋଛିବକୁ କେହି ନାହିଁ

ବେଳହୁ ସାବଧାନ ହୁଅ

ଏ ବାରତା ଦେବା ପାଇଁ

ଗାନ୍ଧାରୀ ଜନ୍ମ ନେଇଥିଲ

ଏହି ଶିକ୍ଷା ଶିଖାଇବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy