STORYMIRROR

ତ୍ରିନାଥ ବେହେରା

Classics

3  

ତ୍ରିନାଥ ବେହେରା

Classics

. ଗାଁ.

. ଗାଁ.

1 min
588

  ଗାଁଟି ମୋର ଭାରି ନିଜର

ମାଆ ପରି ତ ସେଇ

ସେହ୍ନ ଶରଧା ଯତନ ନେଇ

ପାଳେ ମମତା ଦେଇ

ତାହାରି ଜଳ ରକତ ହୋଇ

ଶାଗ ତଣ୍ଡୁଳ ଖାଦ୍ୟ ଯେ ପାଇ

ବଢିଛି ଆଜି ମୁହିଁ

ଜୀବନେ ଶହେ ମୋଡ ଆସିଲେ

ତାକୁ ଭୁଲିବି ନାହିଁ

ଗାଁ ମନ୍ଦିର ଭାରି ସୁନ୍ଦର

ଗାଁ ଦାଣ୍ଡର ଧୂଳି ଖେଳ

ଯଦିଓ ସବୁ ଆଜି ବିରଳ

ମୋ ପାଇଁ ଏ ସ୍ମୃତି ହିଁ ବଳ

ଗାଁରେ ଓଷା ପୁନେଇଁ ପର୍ବ

ସବୁ ଆମ ପାଇଁ ଗୌରବ

ତାହାରି ସବୁଜ ହସିଲା କ୍ଷେତ

ତୋଟା ମାଳ,ବଣ ପର୍ବତ

ସବୁଠି ରହିଛି ମୋର ସ୍ମୃତି

ଦୂର ଦେଶେ ବସି ଭାଳୁଛି ନିତି

ନଇ ପଠା ପରେ କବାଡି ଖେଳା

ମାଛଧରା ପୁଣି ଚିତି ପହଁରା

ନାନା କଉତୁକେ ସାଙ୍ଗ ମେଳରେ

କଟିଛି କୈଶୋର ଖୁସି ମଜାରେ

ଗାଁ ଭାଇଚାରା ଦେଖାଇ ରାହା

ନାନା ସୁଖେ ଦୁଃଖେ ହୋଇଛି ଠିଆ

ଗାଁ ପରିବେଶୁ ଝରେ ସୁବାଷ

ଜନନୀ ଜଠରୁ ଯେହ୍ନେ ପୀୟୁଷ

ଗାଁର ଦେବତୀ ସଭିଁଙ୍କ ମାଆ

ତାଙ୍କରି ଆଶିଷ ସଭିଁଙ୍କୁ ସାହା

ନାହିଁ ଜାତି ,ଧର୍ମ ଭେଦ ଭାବ

ଗାଁ ଯେ ଅଟଇ ବାସ୍ତବେ ସ୍ବର୍ଗ

ଚିରଋଣି ତୁମ ସେବାରେ ମାତ

ହେ! ଜନ୍ମଭୂମି ଘେନ ପ୍ରଣିପାତ



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics