ଗାଁ ରୁ ସହର
ଗାଁ ରୁ ସହର
ଗାଁ ରୁ ସହର
ସାଜସଜ୍ଜା ନେଇ ଭାଇ ଆସୁଛି ମକର,
ପୁରିଛି ନୂଆ ଉଲ୍ଲାସରେ ଗାଆଁ ସହର।
ଖୁସିର ପରା ପରବ,
ନୂଆ ଭାରତର ଅମୃତ କାଳ ପରବ।
ପୂନ୍ୟ ସଂକ୍ରାନ୍ତି ଟି ଏହୁ ଶାସ୍ତ୍ରରେ ବର୍ଣ୍ଣିତ,
ସଂକ୍ରାନ୍ତି ଠାରୁ ପରା ଶୁଭକର୍ମେ ଜଡ଼ିତ।
ଶୁଭକର୍ମ ସବୁହୁଏ,
ଉତ୍ତରାୟଣ ସୂର୍ଯ୍ୟଙ୍କ ଏହୁ ଦିନ ହୁଏ।
ଭୀଷ୍ମ ଦେବଙ୍କର ପ୍ରାଣ ଏହୁ ଦିନ ଯାଏ,
ଶଙ୍ଖ ହୁଳହୁଳି ଶବ୍ଦ ସ୍ବର୍ଗେ ଗୁଞ୍ଜୁ ଥାଏ।
ଇଚ୍ଛା ମୃତ୍ୟୁ ଯହିଁ ତାଙ୍କ,
ହୁଏ ପରା ବୈକୁଣ୍ଠରେ ସ୍ଥାନ ପ୍ରାପ୍ତି ତାଙ୍କ।
ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କ କୀରଣ ତେଜରେ,
ମୃତ୍ୟୁ ଲାଭ କଲେ ଭାଇ ବୈକୁଣ୍ଠ ସ୍ଥାନରେ।
ସକାଳ ସ୍ନାନରେ ଯହିଁ,
ସଂକ୍ରାନ୍ତି ସ୍ନାନ ହୁଏ ପବିତ୍ର ସ୍ନାନ ତହିଁ।
ନୂଆ ବସ୍ତ୍ର ଜନେ ତହୁଁ ପରିଧାନ କରନ୍ତି,
ଭକ୍ତି ଚିତେ ସୂର୍ଯ୍ୟଙ୍କୁ ଆରାଧନା କରନ୍ତି।
ଗୁଞ୍ଜେ ରାବ୍ ଜଗନ୍ନାଥ,
ଭକ୍ତିରେ ଶରଣାପନ୍ନ ଜଗତର ନାଥ।
ବାର ମାସେ ଯହିଁ ଏଠି ବାର ସଂକ୍ରାନ୍ତି,
ଶ୍ରେଷ୍ଠ ଓ ପବିତ୍ର ପରା ମକର ସଂକ୍ରାନ୍ତି।
ଆସୁଅଛି ସଂକ୍ରାନ୍ତିରେ,
ଭରି ଦିଏ ତହିଁ ବନ୍ଧୁ ଆନନ୍ଦ ଖୁସିରେ।
ପୂର୍ଣ୍ଣ ଧନ ଧାନ୍ୟେ ଭାଇ ଗୃହେ ଜନଙ୍କର,
ଆଗମନ ଲକ୍ଷ୍ମୀଙ୍କର ହୋଇ ଥାଏ ଘର।
ଆନନ୍ଦ ଉତ୍ସାହେ ଚାଷୀ,
ମନ ଉଲ୍ଲାସରେ ଚାଷୀ ଯାଇ ଥାଏ ଭାସି।
ପ୍ରାତଃ ସ୍ନାନ କରେଯେହୁ ସଂକ୍ରାନ୍ତିର ଦିନ
ଜଗାଙ୍କ ଚରଣ ଯେହୁ କରେ ଟି ଦର୍ଶନ
ଶରଣାପନ୍ନ ଭକ୍ତିରେ
ଅବଶ୍ୟ ତହିଁରେ ଭକ୍ତେ ମୁକ୍ତିର ପ୍ରପ୍ତିରେ।
ସ୍ନାନ ଓ ପୂଜନ ବନ୍ଧୁ କରିଣ ଭକ୍ତିରେ,
ମକର ଚାଉଳ ଭାଇ ଗ୍ରହଣ ଆଦରେ।
ମନବାଞ୍ଛା ପୂର୍ଣ୍ଣ ତାର,
ଶାସ୍ତ୍ରର ବଚନ ପରା ବେଦାନ୍ତର ଗାର।
ଗାଁ ରୁ ସହର
ଉତ୍ସାହିତେ ପ୍ରଫୁଲ୍ଲିତେ ସ୍ବାଗତରେ,
ଆସୁଛି ମକର ସଂକ୍ରାନ୍ତି ପରା ବେଗରେ
ନୂଆ ଉମଙ୍ଗ ଉତ୍ସାହେ,
ଭରି ଦେବ ମୃତ୍ୟୁଲୋକ ଆନନ୍ଦ ସାରାହେ।
