STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଗାଁ ମାମଲତକାର

ଗାଁ ମାମଲତକାର

1 min
137

ସବୁ ଗାଁରେ ଥାଆନ୍ତି କିଛି କିଛି ମାମଲତକାର

କାହା ହାଣ୍ଡିରେ ଜିରା ଫୁଟିଲେ କରନ୍ତି ବିଚାର

ହସ୍ତେ ଧରି ରାଜଦଣ୍ଡ ସଦା କରନ୍ତି ଦାଣ୍ଡରେ ବିହାର

ପୂଜା ପାର୍ବଣେ ସଜାନ୍ତି ନିଜକୁ ସ୍ବେଚ୍ଛାକୃତ ଚୋପଦାର।


ଅଛି ତାହାଙ୍କ କ୍ଷମତା ସବୁ କିଛି ହଜମ କରିବାର

ଏମାନେ ଅଟନ୍ତି ଗାଁର ମହାମାନ୍ଯ ମାମଲତକାର

ଠାକୁରଙ୍କ ଦ୍ବାହି ଦେଇ ନାନା ବ୍ୟାଭିଚାରେ ଲିପ୍ତ

ଧର୍ମ ନାମେ ଦୀନ ଜନ ଲୁଣ୍ଠନରେ ଏମାନେ ସିଦ୍ଧହସ୍ତ।


ସାମୁହିକ ସ୍ବାର୍ଥ ତ୍ଯଜି ନ୍ଯସ୍ତ ସ୍ବାର୍ଥେ ବ୍ଯସ୍ତ

କରିବାକୁ କରଗତ ପରଧନ ସଦା ବ୍ଯାକୁଳିତ

ରକ୍ତର ସଂପର୍କେ ଏମାନେ ସୃଜନ୍ତି ବିଭେଦ

ଭାଇ ପରା ଖୋଳେ ନିଜ ଭାଇ ପାଇଁ ଖାତ।


ଏମାନଙ୍କ ଲାଗି ଗ୍ରାମେ ଗ୍ରାମେ ବଢୁଅଛି କୂଟ

ସତ୍ୟ ଧର୍ମ ନ୍ଯାୟ ନୀତି ଆଜି କଳଙ୍କିତ

ସବୁ ମାମଲାରେ କରନ୍ତି ପକ୍ଷପାତି ବିଚାର

ଏମାନେ ଗାଁର ମହାମାନ୍ଯ ମାମଲତକାର।


Rate this content
Log in

Similar oriya poem from Abstract